ବରମୁଣ୍ଡା ବସ ଟର୍ମିନାଲ କାର୍ଯ୍ୟର ସମୀକ୍ଷା କଲେ ୫ ଟି ଅଧ୍ୟକ୍ଷ ଭି କେ ପାଣ୍ଡିଆନ

ଭୁବନେଶ୍ୱର : ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନିର୍ଦ୍ଦେଶକ୍ରମେ ୫-ଟି ଅଧ୍ୟକ୍ଷ ଭି କେପାଣ୍ଡିଆନ ଆଜି ଭୋରରେ ଭୁବନେଶ୍ୱର ବରମୁଣ୍ଡାରେ ନିର୍ମାଣାଧୀନ ଆନ୍ତଃ ରାଜ୍ୟ ବସ୍ ଟର୍ମିନାଲ ( ଆଇଏସବିଟି)  ପରିଦର୍ଶନ କରିଛନ୍ତି  । ଆଇଏସବିଟି ଖୁବ୍ ଶୀଘ୍ର କାର୍ଯ୍ୟକ୍ଷମ ହେବା ସମ୍ଭାବନା ରହିଥିବାରୁ ବସଷ୍ଟାଣ୍ଡରେ ଯାତ୍ରୀଙ୍କ ପାଇଁ କରାଯାଇଥିବା ପତିକ୍ଷାଳୟ, ପରିମଳ ବ୍ୟବସ୍ଥା, ବସ ବେ, ଆଲୋକୀକରଣ ବ୍ୟବସ୍ଥା, ବିଶ୍ରାମାଗାର ବୁଲି ଦେଖିଥିଲେ ୫-ଟି  ଅଧ୍ୟକ୍ଷ। ନିର୍ଦ୍ଧାରିତ ସମୟ ମଧ୍ୟରେ କାମ ସାରିବାକୁ ନିର୍ମାଣକାରୀ ସଂସ୍ଥାକୁ ନିର୍ଦ୍ଦେଶ ଦେଇଛନ୍ତି। ଯାତ୍ରୀଙ୍କ ପାଇଁ ଫେବୃଆରୀ ମଧ୍ୟ ସୁଦ୍ଧା ବସଷ୍ଟାଣ୍ଡକୁ ପ୍ରସ୍ତୁତ କରିବାକୁ ବିଡିଏକୁ ନିର୍ଦ୍ଦେଶ ଦେଇଛନ୍ତି। ସାଢ଼େ ୧୫ ଏକର ଜମିରେ ନିର୍ମିତ ହୋଇଥିବା ବରମୁଣ୍ଡା ବସଷ୍ଟାଣ୍ଡରେ ଯାତ୍ରୀଙ୍କୁ ଉତ୍ତମମାନର ସେବା ପାଇବେ ଯାତ୍ରୀ। ଏଠାରେ ଯାତ୍ରୀଙ୍କ ପାଇଁ ବିଭିନ୍ନ ସୁବିଧା ରହିଥିବା ବେଳେ, ପାର୍କିଂ, ଫୁଡ୍ କୋର୍ଟ, ରେଷ୍ଟୁରାଣ୍ଟ ଭଳି ସୁବିଧା ମିଳିବ। ବରମୁଣ୍ଡା ବସଷ୍ଟାଣ୍ଡକୁ ବିମାନ ବନ୍ଦର ଭଳି ଅନୁଭବ କରିବେ ଯାତ୍ରୀ। ଆଧୁନିକ ଜ୍ଞାନ କୌଶଳରେ ନିର୍ମିତ ହୋଇଥିବା ବରମୁଣ୍ଡା ବସଷ୍ଟାଣ୍ଡରେ ଯାତ୍ରୀଙ୍କ ସୁବିଧା ସାଙ୍ଗକୁ ସୁରକ୍ଷା ଉପରେ ଧ୍ୟାନ ଦିଅଯାଇଛି। ।