ନଦୀରେ ଡଙ୍ଗାବୁଡି ୪ ଜଣ ନିଖୋଜ ଜଣେ ମହିଳା ମୃତ୍ୟୁ

ନନ୍ଦପୁର/ ଦଶରଥ ମାଛ : ନଦୀରେ ଡଙ୍ଗାବୁଡି ୪ ନିଖୋଜ । କୋରାପୁଟ ଜିଲ୍ଲା ନନ୍ଦପୁର ବ୍ଲକର ପାଡୁଆ ଥାନା କୁଲାସିଂ ପଞ୍ଚାୟତ ତାନସିଂ ନଦୀରେ ଘଟିଛି ଏଭଳି ଏକ ଅଘଟଣ । ଜଲାପୁଟ ଭଣ୍ଡାର ପାତାଳି ନଦୀ ସିନ୍ଧି ପୁଟ ନଦୀ ଘାଟରେ ଅଘଟଣ ଘଟିଛି। ଏଠାରେ ଏକ ଦେଶୀଡଙ୍ଗା ଦୁର୍ଘଟଣାଗ୍ରସ୍ତ ହେବାରୁ ଜଣଙ୍କର ମହିଳାଙ୍କ ମୃତ୍ୟୁ ଘଟିଥିବା ବେଳେ ୪ଜଣ ନିଖୋଜ ଥିବା କୁହାଯାଉଛି । ନଦୀରେ ମହିଳାଙ୍କ ମୃତ ଦେହ ଭାସୁଥିବାର ଦେଖି ସ୍ଥାନୀୟ ଲୋକେ ନିକଟସ୍ଥ ପାଡୁଆ ଥାନାରେ ଜଣାଇଥିଲେ । ଖବର ପରାଇ ଖଟଣା ସ୍ଥଳରେ ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଥିବା ବେଳେ ଅଗ୍ନିଶମ କର୍ମଚାରୀ ଓ ସ୍ଥାନିୟ ତହସିଲଦାର ଘଟଣା ସ୍ଥଳରେ ପହଞ୍ଚିଥିବା ସୂଚନା ରହିଛି