ସୈୟଦ ମୁସ୍ତାକ ଅଲ୍ଲୀ ଟ୍ରଫି ପାଇଁ ଓଡ଼ିଶା ଦଳ ଘୋଷଣା

ସୈୟଦ ମୁସ୍ତାକ ଅଲ୍ଲୀ ଟ୍ରଫି ୨୦୨୬ ପାଇଁ ଓଡ଼ିଶା ସିନିୟର ପୁରୁଷ କ୍ରିକେଟ୍ ଦଳ ଘୋଷଣା ହୋଇଛି। ୨୬ ବର୍ଷୀୟ ବ୍ୟାଟର ସ୍ୱସ୍ତିକ ସାମଲଙ୍କୁ ମିଳିଛି ଦଳର ନେତୃତ୍ୱ ଦାୟିତ୍ୱ। ଅର୍ଥାତ୍ ଆଗାମୀ ଟି-୨୦ ଟୁର୍ଣ୍ଣାମେଣ୍ଟରେ ସ୍ୱସ୍ତିକଙ୍କ ନେତୃତ୍ୱରେ ମଇଦାନକୁ ଓହ୍ଲାଇବ ଓଡ଼ିଶା।

Swastik Samal (@_samal__24) • Instagram photos and videos

ନିକଟରେ ଝାଡ଼ଖଣ୍ଡ ବିପକ୍ଷ ରଣଜୀ ଟ୍ରଫି ମ୍ୟାଚ୍‌ରେ ୮୦ ରନ୍‌ର ଲଢ଼ୁଆ ଇନିଂସ ଖେଳି ଦଳକୁ ଡ୍ର’ କରାଇବାରେ ସ୍ୱସ୍ତିକ ଗୁରୁତ୍ୱପୂର୍ଣ୍ଣ ଭୂମିକା ନେଇଥିଲେ। ତାଙ୍କର ଏହି ପ୍ରଦର୍ଶନର ପୁରସ୍କାର ସ୍ୱରୂପ ଏବେ ତାଙ୍କୁ ମିଳିଛି ଅଧିନାୟକ ଦାୟିତ୍ୱ। ସିଲେକ୍ସନ୍ କମିଟି ଅଧ୍ୟକ୍ଷ କୁଳମଣି ପରିଡ଼ା ଏବଂ ଦଳର କୋଚ୍ ପ୍ରଭଞ୍ଜନ ମଲ୍ଲିକ ୨୦ ଜଣିଆ ଦଳ ଘୋଷଣା କରିଛନ୍ତି। ଦଳରେ ଅଭିଜ୍ଞ ଶୁଭ୍ରାଂଶୁ ସେନାପତିଙ୍କ ସମେତ ଓମ୍ ଟି. ମୁଣ୍ଡେ, ଗୌରବ ଚୌଧୁରୀ, ଅଭିଷେକ ଯାଦବ ଓ ଲଲିତ ଯାଦବଙ୍କ ଭଳି ଖେଳାଳି ସ୍ଥାନ ପାଇଛନ୍ତି। ଆଶୀର୍ବାଦ ସ୍ୱାଇଁ ଏବଂ ସୌରଭ ଗୌଡ଼ଙ୍କୁ ୱିକେଟକିପର ଭାବେ ସାମିଲ କରାଯାଇଛି।

Vijay Hazare Trophy: Odisha Make Short Work Of Manipur | OdishaBytes

ଓଡ଼ିଶା ଦଳ : ସ୍ୱସ୍ତିକ ସାମଲ (ଅଧିନାୟକ), ଶୁଭ୍ରାଂଶୁ ସେନାପତି, ଓମ୍ ଟି. ମୁଣ୍ଡେ, ଗୌରବ ଚୌଧୁରୀ, ଆଦିତ୍ୟ ରାଉତ, କାର୍ତ୍ତିକ ବିଶ୍ୱାଳ, ଅଭିଷେକ ଯାଦବ, ସୌମ୍ୟ ରଞ୍ଜନ ବିଶ୍ୱାଳ, ଆଶୀର୍ବାଦ ସ୍ୱାଇଁ (ୱିକେଟକିପର), ସୌରଭ ଗୌଡ଼ (ୱିକେଟକିପର), ସର୍ବେଶ୍ୱର ମହାନ୍ତି, ସୌମ୍ୟ ରଞ୍ଜନ ଲେଙ୍କା, ନିନାଦ ରାଠୱା, ଲଲିତ ଯାଦବ, ଦେବବ୍ରତ ପ୍ରଧାନ, ବାଦଲ ବିଶ୍ୱାଳ, ବାଗୀଶ ଶର୍ମା, ପ୍ରଦୀପ ପ୍ରଧାନ, ବିମଲ କୁମାର, ଓମକାର ମହାନ୍ତି ।