ଢେପାଗୁଡା ଜଙ୍ଗଲରୁ ୨ ଲ୍ୟାଣ୍ଡମାଇନ ଜବତ

(ରିପୋର୍ଟରସ୍ ଟୁଡେ) ଭୁବନେଶ୍ୱର: ପୁଣି ଯେମିତି ମାଓବାଦୀ ମିତିଛନ୍ତି । ନିର୍ବାଚନ ସମୟରେ ପୋଲିଂ ପାର୍ଟି ଉପରକୁ ବୋମା ମାଡ ଓ ଫାଇରିଂ ପରେ ଏବେ ପୁଣି ସେମାନଙ୍କ ସ୍ଥିତି ପର୍ବୂବତ ହୋଇଥିବା ଆଜି ଜଣାପଡିଛି । ଆଜି ଅପରାହ୍ଣରେ ଗଜପତି ଜିଲ୍ଲାର ଢେପାଗୁଡ଼ା ଜଙ୍ଗଲରୁ ୨ଟି ଲ୍ୟାଣ୍ଡମ୍ାଇନକୁ ପୁଲିସ ଉଦ୍ଧାର କରିଛି। ଅଧବା ପୁଲିସ ବିଶ୍ୱସ୍ତ ସୂତ୍ରରୁ ସୂଚନା ମିଳିବା ପରେ ଟିମ୍‌ ନିଦ୍ଧିଷ୍ଟ ଜଙ୍ଗଲରେ ପହଂଚିଥିଲା । ସେଠାରେ ସର୍ଚ୍ଚ ସମୟରେ ପୁଲିସକୁ ଦୁଇଟି ଲ୍ୟାଣ୍ଡ ମାଇନ ପାଇଥିଲା । ଉଦ୍ଧାର ହୋଇଥିବା ଲ୍ୟାଣ୍ଡମାଇନ୍‌ର ଓଜନ ଯଥାକ୍ରମେ ୧୫ ଓ ୩୫ କେଜି ବୋଲି ପୁଲିସ କହିଛି।