ଇମରାନଙ୍କ ସହ ଟିକ୍ ଟକ୍ କରି ଦୁଇ ପାକ୍ ଯୁବତୀ ଚର୍ଚ୍ଚାରେ

(ଶିଳାସ୍ମିତା ରାୟ) ଭୁବନେଶ୍ୱର: ସମ୍ପ୍ରତି ଲୋକଙ୍କ ମଧ୍ୟରେ ଟିକ ଟକ ମାନିଆ ବୃଦ୍ଧି ପାଇବାରେ ଲାଗିଛି । ଏହି ଟିକଟକ ପାଇଁ ବୟସର କୌଣସି ସୀମା ନାହିଁ । ଛୁଆ ଠାରୁ ବୁଢା ବୁଢି ସମସ୍ତେ ଟିକଟକ କରିବାରେ ବ୍ୟସ୍ତ । ଏହାକୁ ନେଇ କେଉଁଠି କାହାର ଜୀବନ ଗଲାଣି ତ ପୁଣି କେଉଁଠି କିଏ ବେଶ ପ୍ରସିଦ୍ଧି ଲାଭ କରିଛି । ଏମିତି ଟିକଟକ ମାନିଆ ପାକିସ୍ତାନର ଦୁଇ ଯୁବତୀ ଏବେ ଚର୍ଚ୍ଚାରେ ରହିଛନ୍ତି ।
ଏହି ଦୁଇ ଯୁବତୀ ନେତା ମନ୍ତ୍ରୀଙ୍କ ସହ ଟିକଟକ କରିଥାନ୍ତି । ଏମାନେ ହେଲେ ହରୀମ ଶାହ ଓ ସୁନ୍ଦଲ ଖଟକ । ସେଠାର ପ୍ରଧାନମନ୍ତ୍ରୀ ଇମରାନ ଖାନଙ୍କୁ ମଧ୍ୟ ଛାଡି ନାହାନ୍ତି । ତେବେ ଜଣେ ସାଧାରଣ ଯୁବତୀ ଦେଶର ପ୍ରଧାନମନ୍ତ୍ରୀଙ୍କ ସହ ଟିକଟକ କରିବା କିଛି କମ କଥା ନୁହେଁ । ସେଥିଲାଗି ଏହି ଦୁଇ ଜଣଙ୍କୁ କିଛି କମ କଶରତ କରିବାକୁ ହେଉନି । ଇମରାନଙ୍କ ସହ ଟିକଟକ କରିବା ପରେ ପ୍ରସିଦ୍ଧି ଲାଭ କରିଥିବା ହରୀମ ଏକ ସାକ୍ଷାତକାରରେ କହିଛନ୍ତି, ସେ ସୌକରେ ଟିକଟକ କରିଥାନ୍ତି । ସେ ପାକିସ୍ତାନ ତେହେରିକ ଏ ଇନ୍ସାଫର ଜଣେ ସମର୍ଥକ । ତେଣୁ ନେତାଙ୍କୁ ଭେଟିବାରେ କିଛି ଅସୁବିଧା ହୁଏନି ।
କିନ୍ତୁ ସୁନ୍ଦଲଙ୍କ କହିଛନ୍ତି, ସେ ଏକଦା ପିଟିଆଇ ନେତା ତଥା ପଞ୍ଜାବର ମନ୍ତ୍ରୀ ଫୟାଜ-ଉଲ-ହସନଙ୍କୁ ଭେଟିବାକୁ ଯାଇଥିବା ବେଳେ ଟିକଟକ୍ ଭିଡିଓ କଥା ତାଙ୍କ ମନକୁ ଆସିଥିଲା। ଏହି ଭିଡିଓକୁ ବେଶ ରେସପନ୍ସ ବି ମିଳିଥିଲା। ଏହା ପରଠାରୁ ସେ ଅନ୍ୟ ନେତା ଓ ମନ୍ତ୍ରୀମାନଙ୍କ ସହ ଭଡିଓ ବନେଇ ଆସୁଥିବା କହିଛନ୍ତି। ପ୍ରାୟତଃ ଭାରତକୁ ପରମାଣୁ ଆକ୍ରମଣର ଧମକ ଦେଉଥିବା ପାକିସ୍ତାନ ରେଳମନ୍ତ୍ରୀଙ୍କୁ ଚକମା ଦେଇ ଯୁବତୀମାନେ ସେମାନଙ୍କର ଟିକଟକ୍ ଭିଡିଓ ବନେଇଥିଲେ। ଫଟୋ ପୋଜ ଦେବା ଲାଗି ମନ୍ତ୍ରୀ ଶେଖ ରଶିଦ ଛିଡା ହୋଇଥିବା ବେଳେ ତାଙ୍କ ଅଜ୍ଞାତରେ ଯୁବତୀ ଟିକଟକ୍ ସୁଟିଂ କରିନେଇଥିଲେ। କିନ୍ତୁ ଏହି ଟିକଟକକୁ ନେଇ ଏବେ ସରକାରକୁ ଘେରିଛି ବିରୋଧୀ ।