ଭୁବନେଶ୍ୱର: ଆଉ ନାହାନ୍ତି ବର୍ଷିୟାନ ଅଭିନେତା ଉତ୍ତମ ମହାନ୍ତି । ଗତକାଲି ରାତି ପ୍ରାୟ ୧୧ ଟା ବେଳେ ଚିକିତ୍ସାଧୀନ ଅବସ୍ଥାରେ ଗୁରୁଗ୍ରାମ ସ୍ଥିତ ମେଦାନ୍ତ ହସ୍ପିଟାଲରେ ତାଙ୍କର ଦେହାନ୍ତ ଘଟିଛି ।

ତେବେ ସେ ଲିଭର ଶିରୋସିସ ରୋଗରେ ପୀଡିତ ଥିଲେ ଓ ଏଥିପାଇଁ ଅଧିକ ଚିକିତ୍ସା ଆବଶ୍ୟକ ପଡ଼ୁଥିବାରୁ ତାଙ୍କୁ ଦିଲ୍ଲୀ ସ୍ଥିତ ମେଦାନ୍ତ ହସ୍ପିଟାଲକୁ ଏୟାରଲିଫ୍ଟ କରାଯାଇଥିଲା । ଗତ କିଛି ଦିନ ହେବ ସେ ନିମୋନିଆରେ ଆକ୍ରାନ୍ତ ହୋଇଥିଲେ ଯେଉଁଥିପାଇଁ ଅବସ୍ଥା ଆହୁରି ସଙ୍କଟାପନ୍ନ ହୋଇଯାଇଥିଲା । ଏବଂ ଗତକାଲି ସେ ଆରପାରିକୁ ଚାଲିଯାଇଛନ୍ତି ।

ସୂଚନା ଅନୁଯାୟୀ , 1977 ମସିହାରେ ପ୍ରଥମ ସିନେମା ‘ଅଭିମାନ’ ରୁ ଅଭିନୟ କ୍ୟାରିଅର ଆରମ୍ଭ କରିଥିଲେ ଉତ୍ତମ ମହାନ୍ତି। ଦୀର୍ଘବର୍ଷ ଧରି ଓଡ଼ିଆ ସିନେମା ଜଗତର ସୁପରଷ୍ଟାର ଭାବେ ପ୍ରତି ଓଡ଼ିଆର ହୃଦୟରେ ରାଜ୍ କରୁଥିଲେ ଉତ୍ତମ । ଓଡ଼ିଆ ବଙ୍ଗାଳି ହିନ୍ଦୀ ସିନେମାରେ ନିଖୁଣ ଅଭିନୟ କରିଥିବା ଉତ୍ତମ 135 ରୁ ଉର୍ଦ୍ଧ୍ବ ଓଡ଼ିଆ ସିନେମା କରିଛନ୍ତି । 30 ଟି ବଙ୍ଗାଳୀ ସିନେମା ଓ ଗୋଟିଏ ହିନ୍ଦୀ ସିନେମାରେ ନଜର ଆସିଛନ୍ତି।