ଗଂଜାମ / ରଜନୀକାନ୍ତ ପାତ୍ର : ବଜ୍ରପାତରେ ୧୦ ଗାଈ ମୃତ । ଏଭଳି ଘଟଣା ଘଟିଛି ଗଂଜାମ ଜିଲ୍ଲା ବେଲଗୁଣ୍ଠା ସାରିଆପଲ୍ଲୀ-ଇଙ୍ଗିନାଠି ଗାଁରେ । ଗ୍ରାମ ନିକଟ ତୋଟାରେ ଗାଈ ସବୁ ଥିବାବେଳେ ବଜ୍ରପାତରେ ୧୦ ଗାଈଙ୍କ ମୃତ୍ୟୁ ହୋଇଥିବା ଜାଣିବାକୁ ମିଳିଛି । ଏହା ସହ ୨ଟି ଗାଈ ଗୁରୁତର ରହିଛନ୍ତି । ଆଉ ଏମାନେ ଜୟ ଗୌଡଙ୍କ ଗୋଠର ଗାଈ ହୋଇଥିବା ଜାଣିବାକୁ ମିଳିଛି । ସେପଟେ ଗାଙ୍ଗପୁର ପଶୁ ଚିକିତ୍ସାଧିକାରୀ ଡା. ଅବିନାଶ ସାହୁ ଉକ୍ତ ଗ୍ରାମକୁ ଯାଇ ମୃତ ଗାଈଙ୍କ ଶବ ବ୍ୟବଚ୍ଛେଦ କରିବା ପରେ ମୃତ ଗାଈଙ୍କୁ ପୋତି ଦିଆଯାଇଛି ।