(ପ୍ରଶାନ୍ତ କୁମାର ସ୍ଵାଇଁ/ପାରାଦ୍ବୀପ) – ଜଗତସିଂହପୁର ଜିଲ୍ଲାରେ ୨୪୦ ସରକାରୀ ସ୍କୁଲ ବନ୍ଦ ହେବ। କିନ୍ତୁ ଜିଲ୍ଲାରେ ଛତୁ ଫୁଟିଲା ଭଳି ବେସରକାରୀ ଶିକ୍ଷାନୁଷ୍ଠାନ ଖୋଲା ଯାଉଛି। ଏଥିରୁ ଅର୍ଦ୍ଧାଧିକ ବେସରକାରୀ ସ୍କୁଲର ଏନଓସି ନାହିଁ। ଏହି ବେସରକାରୀ ସ୍କୁଲ୍ ମାନଙ୍କ ଯୋଗୁ ସରକାରୀ ସ୍କୁଲରେ ପିଲା ସଂଖ୍ୟା ହ୍ରାସ ପାଉଛି। ରାଜ୍ୟସରକାର ଏହି ସ୍କୁଲ ଗୁଡିକରେ ଅଙ୍କୁଶ ଲଗାଇବା ବଦଳରେ ସରକାରୀ ସ୍କୁଲ ବନ୍ଦ କରିବା ନିଷ୍ପତ୍ତି ଦୁର୍ଭାଗ୍ୟ ପୂର୍ଣ୍ଣ। ଏ ସମ୍ପର୍କରେ ପାରାଦ୍ବୀପ ମାଉସୀ ମା ମନ୍ଦିର ନିକଟ ଆମ୍ବେଦକର ସଭା କକ୍ଷରେ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ଓଡିଶା ଅଭିଭାବକ ମହାସଂଘ ଅଭିଯୋଗ କରିଛି। ଏହା ଦ୍ଵାରା ଶିକ୍ଷାର ମାନରେ ହ୍ରାସ ଘଟିବ। ରାଜ୍ୟ ସରକାର ତୁରନ୍ତ ଏଥିପ୍ରତି ଦୃଷ୍ଟି ଦେବା ସହିତ ବେସରକାରୀ ଶିକ୍ଷାନୁଷ୍ଠାନରେ ଅଙ୍କୁଶ ଲଗାନ୍ତୁ ଏବଂ ସରକାରୀ ସ୍କୁଲରେ ଶିକ୍ଷାର ମାନ ବୃଦ୍ଧି କରିବା ପଦକ୍ଷେପ ନିଅନ୍ତୁ। ନଚେତ ଆଗାମୀ ଦିନରେ ଓଡିଶା ଅଭିଭାବକ ମହାସଂଘ ଏହାର ଦୃଢ ଜବାବ ଦେବା ବୋଲି ଚେତାବନୀ ଦିଆଯାଇଛି।