ଶମ୍ବର ମାଂସ ଜବତ

(ଭୁବନେଶ୍ୱର / ରିପୋଟରର୍ସ ଟୁଡ଼େ ) : ଓଡ଼ଗାଁ ବନାଞ୍ଚଳ ଓ ବାହାଡ଼ାଝୋଲା ସେକ୍ସନ ଶୂଳିଆ ସଂରକ୍ଷିତ ଜଙ୍ଗଲରୁ ବନବିିଭାଗ କର୍ମଚାରୀ ମଙ୍ଗଳବାର ଶମ୍ବର ମାଂସ ଜବତ କରିବା ସହିତ ଜଣେ ଶିକାରୀଙ୍କୁ ଗିରଫ କରିଛନ୍ତି। ଗିରଫ ଶିକାରୀ ହେଲେ ବସନ୍ତ ନାୟକ(୨୩)। ତାଙ୍କଠାରୁ ୨ଟି ସାଇକେଲ, ୧ କୁଇଣ୍ଟାଲ କଟା ମାଂସ, ଭୁଜାଲି, କାତି, ଟର୍ଚ୍ଚ ଲାଇଟ ଆଦି ଜବତ କରାଯାଇଛି। ଏହି ସମୟରେ ସେମାନେ ସାଇକେଲରେ କଟାମାଂସ ଲଦା ହୋଇଥିବା ଦେଖିବାକୁ ପାଇଥିଲେ। ଘଟଣାସ୍ଥଳରେ ଥିବା ୨ ଶିକାରୀଙ୍କୁ ପଚରାଉଚରା କରାଯାଉଥିବା ବେଳେ ଜଣେ ଖସି ପଳାଇବାରେ ସଫଳ ହୋଇଛନ୍ତି। ବନବିଭାଗ ପକ୍ଷରୁ ବସନ୍ତଙ୍କ ସମେତ ଆମପଡ଼ା ଓ ବନ୍ତଳା ଗ୍ରାମର ଅନ୍ୟ ୩ ଜଣଙ୍କ ବିରୋଧରେ (୮/୧୯)ରେ ଏକ ମାମଲା ରୁଜୁ କରାଯାଇଛି। ଜବତ ମାଂସ ବ୍ୟବଚ୍ଛେଦ ପରେ ପୋତି ଦିଆଯାଇଥିବା ରେଞ୍ଜର ରବିନ୍ଦ୍ରନାଥ ପଣ୍ଡା ସୂଚନା ଦେଇଛନ୍ତି ।