ଗୁଜୁରାଟ : ରାସ୍ତାରେ ବୁଲୁଛନ୍ତି ସିଂହ । ଗୋଟିଏ ନୁହେଁ କି ଦୁଇଟି ନୁହଁ ଏକାଥରେକେ ୫ଟି ସିଂହ ଗୁଜୁରାଟର ଏକ ହାଇେଓ୍ବରେ ବୁଲୁଥିବାର ଦେଖିବାକୁ ମିଳିଛି । ଏଥିଯୋଗୁଁ ରାସ୍ତାର ଆଖପାଖ ଅଞ୍ଚଳର ଲୋକେ ଭୟଭୀତ ହୋଇପଡିଛନ୍ତି । ଏପରି ହିଁ ଏକ ଘଟଣା ଗୁଜରାଟରେ ରାଜୁଲା-ଅମରେଲୀ-ପିପାବାବ ହାଇୱେରେ ନଜର ଆସିଛି। ହଠାତ ଏହି ରାସ୍ତାରେ ରାତି ସମୟରେ ୫ଟି ସିଂହ ବୁଲୁଥିବାର ନଜରରେ ଆସିଛି। କରୋନା ପାଇଁ ହାଇୱେରେ ରାତି ସମୟରେ ଖୁବ କମ ଲୋକେ ଯାତାୟାତ କରିଥାଆନ୍ତି। ହୁଏତ ଏହି କାରଣରୁ ସିଂହ ରାସ୍ତାରେ ବୁଲୁଥିବା ସନ୍ଦେହ କରାଯାଉଛି। ମାତ୍ର ଏପରି ଦୃଶ୍ୟ ଖୁବ କମ ଦେଖିବାକୁ ମିଳିଥାଏ। ଏହାସହ କେତେକ ସମୟରେ ସିଂହ ଖାଦ୍ୟ ଅନ୍ୱେଷଣରେ ଆସି ଜନବସତିରେ ପ୍ରବେଶ କରି ଗୃହପାଳିତ ପଶୁଙ୍କୁ ମଧ୍ୟ ଶିକାର କରିଥାଆନ୍ତି।