(ଋିପୋଟର୍ସ ଟୁଡେ): ମିଶନ ଶକ୍ତି ଆଣିଲା ନୂତନ ବିକଳ୍ପ ଏଣିକି ପ୍ରତେକ ବ୍ଲକରେ ଖୋଲିବ ମିଶନ ଶକ୍ତିର କାର୍ଯ୍ୟାଳୟ ଗୃହ । ନିର୍ମାଣ ପାଇଁ ଖର୍ଚ୍ଚ ହେବ ୫୦ ଲକ୍ଷ ଟଙ୍କା । ଯାହା ଦ୍ୱାରା ରାଜ୍ୟର ମହିଳାମାନଙ୍କ ବିକାଶ ଓ ସେମାନଙ୍କୁ ସ୍ୱାବଲମ୍ବୀ କରିବା ପାଇଁ ସ୍ୱତନ୍ତ୍ର ଯୋଜନା କରିଛନ୍ତି ରାଜ୍ୟ ସରକାର । ସେହିପରି ମିଶନ ଶକ୍ତି ଜରିଆରେ ରାଜ୍ୟର ମହିଳାମାନଙ୍କ ବିକାଶ ଓ ସେମାନଙ୍କୁ ସ୍ଵାବଲମ୍ବୀ କରିବା ପାଇଁ ସ୍ଵତନ୍ତ୍ର ଯୋଜନା କରିଛନ୍ତି । ମିଶନ ଶକ୍ତି ଜରିଆରେ ରାଜ୍ୟରେ ୬ ଲକ୍ଷ ୨ ହଜାର ୧୩ ମହିଳା ସ୍ଵୟଂ ସହାୟକ ଗୋଷ୍ଠୀ ଗଠନ କରି ୭୦ ଲକ୍ଷ ୧୦ ଜଣ ମହିଳାଙ୍କୁ ସମ୍ପୃକ୍ତି କରିଛନ୍ତି ।
ବିଶେଷ କରି ମହିଳା ଅର୍ଥନୈତିକ ବିକାଶ ଓ ସାମାଜିକ ସୁରକ୍ଷା ଉପରେ ଗୁରୁତ୍ବ ଦେଇଛନ୍ତି ।ସେଥିପାଇଁ ଆର୍ଥିକ ସହାୟତା ସ୍ଵୟଂ ସହାୟକ ଗୋଷ୍ଠୀ ଜରିଆରେ ପ୍ରଦାନ କରୁଛନ୍ତି ରାଜ୍ୟ ସରକାର । ସିଡ୍ ମନି ନିମନ୍ତେ ଗୋଷ୍ଠୀମାନଙ୍କୁ ୧୫ ହଜାର ଓ ଡିଜିଟାଲ ସଶକ୍ତୀକରଣ ପାଇଁ ୩ ହଜାର ଟଙ୍କା ଦିଆଯାଇଛି । ସେହିପରି ୩୩୮ ଗୋଟି ମହସଂଘଙ୍କୁ ୨୫ ଲକ୍ଷ ଟଙ୍କା ଦିଆଯାଇଛି । ଏହାସହ ମିଶନ ଶକ୍ତି ଋଣ ଦିଆଯାଇଛି । ଚଳିତ ଆର୍ଥିକ ବର୍ଷ ରେ ୨ଲକ୍ଷ ୨୪ହଜାର ୬୨୮ ସ୍ଵୟଂ ସହାୟକ ଗୋଷ୍ଠୀକୁ ୩ ହଜାର ୭୦୦ , ୮୯ କୋଟି ୯୦ ଲକ୍ଷ ଟଙ୍କା ବ୍ୟାଙ୍କ ଋଣ ପ୍ରଦାନ କରାଯାଇଛି । ଏହାସହ ମହିଳାମାନଙ୍କ ଦକ୍ଷତା ବୃଦ୍ଧି ପାଇଁ ଅର୍ଥନୈତିକ କାର୍ୟ୍ୟକ୍ରମ କରାଯାଇଛି । ବିଧାୟକ ରମେଶ ବେହେରାଙ୍କ ପ୍ରଶ୍ନର ମହିଳା ଶିଶୁ ବିକାଶ ଓ ମିଶନ ଶକ୍ତି ମନ୍ତ୍ରୀ ଟୁକୁନି ସାହୁ ଉତ୍ତର ଦେଇଛନ୍ତି ।