ରାଜ୍ୟରେ ଆଉ ୮ ଆକ୍ରାନ୍ତ ସୁସ୍ଥ

(ରିପୋଟର୍ସ ଟୁଡ/ଭୁବନେଶ୍ୱର(ମହାଭାରତ): ରାଜ୍ୟରେ ଆଉ ୮ ଆକ୍ରାନ୍ତ ସୁସ୍ଥ । ଏହାକୁ ମିଶାଇ ରାଜ୍ୟରେ ୧୬୬ ରେ ପହଞ୍ଚିଲା ସୁସ୍ଥ ହୋଇଛନ୍ତି । ଏହି ସୁସ୍ଥଙ୍କ ମଧ୍ୟରେ ଯାଜପୁରର ୪ , ଭଦ୍ରକରୁ ୨ , ବାଲେଶ୍ୱର ଓ କେନ୍ଦୁଝରର ଜଣେ ଲେଖାଏଁ ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି । ଏନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ମିଳିଛି ।ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୬୭୨ ଥିବା ବେଳେ ସେମାନଙ୍କ ମଧ୍ୟରୁ ୧୬୬ଜଣ ସୁସ୍ଥ ହୋଇଛନ୍ତି ଓ ୩ଜଣଙ୍କର ମୃତ୍ୟୁ ହୋଇଛି । ରାଜ୍ୟରେ ବର୍ତ୍ତମାନ କରୋନାରେ ୫୦୩ ଆକ୍ଟିଭ କେସ୍ ରହିଛି ।