ରାଜ୍ୟରେ ଆଉ ୫ କୋରୋନା ଆକ୍ରାନ୍ତ ଚିହ୍ନଟ

(ରିପୋଟର୍ସ ଟୁଡେ/ଭୁବନେଶ୍ୱର): ରାଜ୍ୟରେ ଆଉ ୫ କୋରୋନା ଆକ୍ରାନ୍ତ ଚିହ୍ନଟ । ଆକ୍ରାନ୍ତଙ୍କ ମଧ୍ୟରେ ୪ଜଣ ମହିଳା ଥିବା ବେଳେ ଜଣେ ପୁରୁଷ ଥିବା ଜଣାପଡିଛି । ୫ ଆକ୍ରାନ୍ତ ବାଲେଶ୍ୱରରୁ ଚିହ୍ନଟ ହୋଇଥିବା ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି । ଯାହାକି ବାଲେଶ୍ୱରରେ ୫ ଆକ୍ରାନ୍ତଙ୍କୁ ମିଶାଇ ୧୫ ରେ ପହଞ୍ଚିଛି ଆକ୍ରାନ୍ତଙ୍କ ସଂଖ୍ୟା । ଆଜି ସମସ୍ତ ଆକ୍ରାନ୍ତଙ୍କ ତଥ୍ୟ ଦେଇଛନ୍ତି ରାଜ୍ୟ ସରକାର । ମହିଳାଙ୍କ ବୟଷ ଯଥାକ୍ରମେ ୫୫,୨୨,୨୩ ଓ ୨୯ । ଅନ୍ୟ ଜଣେ ଆକ୍ରାନ୍ତ ୨୭ ବର୍ଷିୟ ଯୁବକ ବୋଲି ଜଣାପଡିଛି । ତେବେ ସମସ୍ତ ଆକ୍ରାନ୍ତ ପୂର୍ବରୁ ହୋମ କ୍ୱାରେଣ୍ଟାଇନରେ ୂଥିବା ବେଳେ ସେମାନଙ୍କର ସାମାନ୍ୟ ଲକ୍ଷଣ ଦେଖାଦେଇଥିଲା । ତେବେ ୫ ଆକ୍ରାନ୍ତଙ୍କ ଟ୍ରାଭେଲ ହିଷ୍ଟ୍ରି ଜଣାପଡିନାହିଁ । ବର୍ତମାନ ରାଜ୍ୟରେ ଆକ୍ରାନ୍ତଙ୍କ ସଂଖ୍ୟା ୧୦୮ ରେ ପହଞ୍ଚିଛି । ସେମାନଙ୍କ ମଧ୍ୟରୁ ୩୫ ଜଣ ଆକ୍ରାନ୍ତ ସୁସ୍ଥ ହୋଇ ଘରକୁ ଫେରିଥିବା ବେଳେ ଏବେବି ୭୨ଜଣ ଆକ୍୍ରାନ୍ତ ବିଭିନ୍ନ ହସ୍ପିଟାଲରେ ଚିକିତ୍ସିତ ହେଉଛନ୍ତି । ଅନ୍ୟ ଜଣେ ଆକ୍ରାନ୍ତଙ୍କର ମୃତ୍ୟୁ ଘଟିଛି ।