(ଜୟନ୍ତ ସେଠି/ ଗୋପ): ପୁରୀ ସଦରଥାନା ଅନ୍ତର୍ଗତ ଶାସନ ଦାମୋଦରପୁର ଅଂଚଳର ହାଟସାହି ଗ୍ରାମରେ ଜଣେ ଯୁବକଙ୍କୁ ନିର୍ମମ ହତ୍ୟା କରାଯାଇଛି । ଯୁବକଙ୍କ ମୁହଁ ଓ ହାତରେ ଏକାଧିକ ଵାର ଧାରୁଆ ଅସ୍ତ୍ରରେ ଆକ୍ରମଣ ହୋଇଛି । ପୁରୀ ଏସପି ଉମାସଙ୍କର ଦାସଙ୍କ ସୂଚନା ଅନୁଯାୟୀ ମୃତ ଯୁବକଙ୍କ ହେଲେ ପ୍ରକାଶ ସାହୁ । ସେ ପୁରୀ ସହରର ମାର୍କେଣ୍ଡ ସ୍ୱର ସାହିର ରାଧା ଗୋବିନ୍ଦ ଲେନର ବାସିନ୍ଦା। ତେବେ କିଏ କାହିଁକି ମାରିଲେ ସେନେଇ କୌଣସି ସ୍ପଷ୍ଟ ସୂଚନା ମିଳିନାହିଁ । ଘଟଣା ସ୍ଥଳରେ ଙଊ୦୨ଈଋ୩୫୫୦ ନମ୍ବର ବିଶିଷ୍ଟ ମାଏଷ୍ଟ୍ରୋ ମୋପେଡ଼ ସ୍କୁଟି ପଡ଼ିଥିବା ବେଳେ ହତ୍ୟା କାଣ୍ଡ ରେ ବ୍ୟବହୃତ ଏକ ଭୁଜାଲି ପଡ଼ିଥିବା ଦେଖିବାକୁ ମିଳିଛି । ଘଟଣା ସ୍ଥଳରେ ପୁରୀ ସଦର ଥାନା ପୋଲିସ ପହଁଚି ତଦନ୍ତ ଚଳାଇଛି ।