ମନ ବଦଳାଇଲେ ପ୍ରିୟା

(ଶିଳାସ୍ମିତା ରାୟ) ଭୁବନେଶ୍ୱର: ଅନେକ ହଁ ନାହିଁ ଭିତରେ ଶେଷରେ ଲୋକସଭା ନିର୍ବାଚନରେ ମଇଦାନକୁ ଓହ୍ଲେଇବାକୁ ହଁ ଭରିଛନ୍ତି ପ୍ରିୟା ଦତ୍ତ । ଅଭିନେତା ସଂଜୟ ଦତ୍ତଙ୍କ ଭଉଣୀ ତଥା ପୂର୍ବତନ ସାଂସଦ ପ୍ରିୟା ଆଗାମୀ ଲୋକସଭା ନିର୍ବାଚନ ଲଢିବେ ନାହିଁ ବୋଲି ଘୋଷଣା କରିଥିଲେ। ଏପରିକି ସେ କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧୀଙ୍କୁ ମଧ୍ୟ ଜଣାଇ ଦେଇଥିଲେ। କିନ୍ତୁ ଏବେ ପ୍ରିୟା ତାଙ୍କ ମନ ବଦଳାଇ ଦେଇଛନ୍ତି । ଏହା ସମ୍ଭବ ହୋଇଛି ରାହୁଲ ଗାନ୍ଧୀଙ୍କୁ ଭେଟିବା । ଏବେ ସେ ନିର୍ବାଚନ ଲଢିବାକୁ ପ୍ରସ୍ତୁତ।
ଏଠାରେ ସୂଚନାଯୋଗ୍ୟ ଯେ ୨୦୦୫ରେ ପିତା ସୁନୀଲ ଦତ୍ତଙ୍କ ମୃତ୍ୟୁ ପରେ ଉପ ନିର୍ବାଚନରେ ପ୍ରାର୍ଥୀ ହୋଇଥିଲେ ଏବଂ ବିଜୟୀ ଲାଭ କରିଥିଲେ। ୨୦୦୯ରେ ମଧ୍ୟ ନିର୍ବାଚିତ ହୋଇଥିଲେ ପ୍ରିୟା । ମାତ୍ର ୨୦୧୪ ଲୋକସଭା ନିର୍ବାଚନରେ ଭାରତୀୟ ଜନତା ପାର୍ଟିର ପୁନମ୍‌ ମହାଜନଙ୍କଠାରୁ ବହୁ ଭୋଟ ବ୍ୟବଧାନରେ ପରାଜିତ ହୋଇଥିଲେ ପ୍ରିୟା । ପ୍ରିୟା ନିର୍ବାଚନ ଲଢିବା ଲାଗି ମନା କରିବା ପରେ ପୂର୍ବତନ ଗୃହ ରାଜ୍ୟ ମନ୍ତ୍ରୀ କୃପାଶଙ୍କର ସିଂହ ଉତ୍ତର-ମଧ୍ୟ ମୁମ୍ବାଇ ଲୋକସଭା ଆସନରୁ ପ୍ରତିଦ୍ୱନ୍ଦ୍ୱିତା କରିବା ଲାଗି ଯୋଜନା କରିଥିଲେ।