ମଞ୍ଜୁରି ମିଳିଛି କାମ ଆରମ୍ଭ ହୋଇନି
(ରାୟଗଡା, ମନୋଜ ସାହୁ) : କେନ୍ଦ୍ର ରେଳ ମନ୍ତ୍ରାଲୟ ଗତ ତିନି ବର୍ଷ ତଳେ ରାୟଗଡା ଜିଲ୍ଲାର ଥେରୁବାଳିପଗୁଣୁପୁର ରେଳପଥ ନେଇ କେନ୍ଦ୍ର ସରକାର ମଞ୍ଜୁରି ଦେଇଥିଲେ ମଧ୍ୟ ଅନୁଦାନ ଦେଇ ନ ଥିବା ରୁ ରେଳପଥ କାମ ଆଗେଇପାରୁନି । ଅଶ୍ୱିନୀ ବୈଷ୍ଣବ ରାଜ୍ୟ ସରକାରଙ୍କ ସହ ଆଲୋଚନା କରି କାର୍ୟ୍ୟ କୁ ତ୍ୱରାନ୍ୱିତ କରାଯିବ ବୋଲି ସେ କହିଛନ୍ତି । ରାୟଗଡା ଜିଲ୍ଲା ଏକ ଶିଳ୍ପ ସମୃଧ ଅଂଚଳ ଗମନାଗମନ ର ବିକାଶ ହେଲେ ଏହି ଅଞ୍ଚଳରେ ବସବାସ କରୁଥିବା ଲୋକଙ୍କ ଆର୍ଥିକ ବିକାଶ ସମ୍ଭବପର ହୋଇପରିଵ । ୨୦୧୮ ମସିହାରେ ରେଳ ମନ୍ତ୍ରାଲୟ ତରଫରୁ ଏହି ରେଳପଥ କୁ ମଞ୍ଜୁରି ଦେଲେ ୯୩୫.୭୨ କୋଟି ଟଙ୍କା ର ବ୍ୟୟ ଅଟକଳରେ ଥେରୁବାଲି ପ ଗୁଣୁପୁର ୭୯ କିଲୋମିଟର ରେଳପଥ ନିର୍ମାଣ ହୋଇପାରିବ । ବର୍ଷ ବର୍ଷ ଧରି ଦାବି ହୋଇ ଆସୁଥିବା ଥେରୁବାଲି ପଗୁଣୁପୁର ରେଳପଥ ନିର୍ମାଣ କାର୍ୟ୍ୟ ତ୍ୱରାନ୍ୱିତ କରିବା ପାଇଁ ବିଭିନ୍ନ ମହଲରେ ଦାବି ହେଉଛି ।ଏହି ରେଳପଥ କାର୍ୟ୍ୟ ତୁରନ୍ତ ନ କରାଗଲେ ଆଗାମୀ ଦିନରେ ସମସ୍ତ କେନ୍ଦ୍ରୀୟ ବିଜେପି ନେତା ଙ୍କୁ କଲା ପତାକା ଦେଖାଯିବ ବୋଲି ଚେତାବନୀ ଦେଇଛନ୍ତି କଂଗ୍ରେସ ଦଳ । ଦୀର୍ଘ ଦିନ ପୂର୍ବରୁ ରେଳପଥ ନେଇ ରେଳ ବିଭାଗ ତରଫରୁ ସର୍ଭେ କାମ କରାଯାଇଥିଲା , କିନ୍ତୁ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ସମୟନ ଅଭାବ ଯୋଗୁଁ ଏହି ସର୍ଭେ ଚୂଡାନ୍ତ ହେଇପାରିଲା ନାହିଁ । ଥେରୁବାଲି – ଗୁଣୁପୁର ରେଳପଥ ନିର୍ମାଣ ହେଲେ କେବିକେ ଜିଲ୍ଲା ରୁ ରାଜ୍ୟ ରାଜଧାନୀ ଭୁବନେଶ୍ୱର କୁ ୧୫୦ କିଲୋମିଟର ଦୁରତା କମିଯିବ । ରାୟଗଡା ଜିଲ୍ଲା ର ଉତ୍କଳ ଆଲୁମିନା , ଜେ କେ କାଗଜ କଳ , ଥେରୁବାଳି ରେ ଥିବା ଇମ୍ପା କାରଖାନା କୁ କଞ୍ଚାମାଲ ଆମଦାନୀ ଓ ରପ୍ତାନୀ ନେଇ ଗୋପାଳପୁର ବନ୍ଦର ବ୍ୟୟ ସାପେକ୍ଷ ହେବ । ଗୋପାଳପୁର ବନ୍ଦର ର ରାଜସ୍ୱ ବଢିବା ସହ କମ୍ପାନୀ ଦୁଡିକ ମଧ୍ୟ ବେଶ ଉପକୃତ ହୋଇପାରିବେ । ଏହି ପ୍ରକଳ୍ପ ତୁରନ୍ତ କାର୍ୟ୍ୟକ୍ଷମ କରିବାକୁ ଦାବି କରିଛନ୍ତି କୋରାପୁଟ ସାଂସଦ ସପ୍ତଗିରି ଉଲ୍କାକା । ଏ ସମ୍ପର୍କରେ କେନ୍ଦ୍ର ରେଲ ମନ୍ତ୍ରୀ ଙ୍କ କହିବା କଥା ରାଜ୍ୟ ସରକାରଙ୍କ ସହଯୋଗ ରେ ଏହି ପ୍ରକଳ୍ପ ତୁରନ୍ତ ଆରମ୍ବ ହେବ ।