(ପ୍ରିୟଦର୍ଶନୀ ସ୍ୱାଇଁ):ସତର୍କ ସ୍ୱତ୍ତେ ବାରମ୍ବାର ଘଟୁଛି ଅବାସ୍ତବ ଘଟଣା । ପୁରୀ ଜିଲ୍ଲା ଡ଼େଲାଙ୍ଗ ବ୍ଳକ ଅର୍ନ୍ତଗତ କଣାସରେ ଦେଖିବାକୁ ମିଳିଛି ଏକ ଅଭାବନୀୟ ଘଟଣା । ବିଦ୍ୟୁତଘାତରେ ପ୍ରାଣ ହରାଇଛନ୍ତି ଦମ୍ପତି । ସୁଚନା ଅନୁଯାୟୀ, ଆଜି ଉଭୟ ସ୍ୱାମୀ ଏବଂ ସ୍ତ୍ରୀ ଫୁଲ ତୋଳିବାକୁ ଯାଇଥିଲେ । ଫୁଲ ଗଛରେ ଏକ ବିଦ୍ୟୁତ ତାର ଛିଡି ପଡି ରହିଥିଲା । ସେହି ଅଂଚଳରେ ଅନେକ ସ୍ଥାନରେ ବାତ୍ୟା ପରେ ତାର ଛିଡି ଯାଇଛି । ଯାହା ଦମ୍ପତି ଦେଖିପାରି ନଥିଲେ । ଫଳରେ ସେ ତାର ସଂସ୍ପର୍ଶରେ ଆସିଯାଇଥିଲେ । ଯଦ୍ୱାରା ଘଟଣାସ୍ଥଳରେ ଦୁହେଁ ପ୍ରାଣ ହରାଇଥିଲେ । ପୋଲିସ ସେମାନଙ୍କ ମୃତଦେହକୁ ଉଦ୍ଧାର କରି ରାଜଧାନୀ କ୍ୟାପିଟାଲ ହସ୍ପିଟାଲରେ ପୋଷ୍ଟମଟର୍ମ କରିଛି ।