ବାରହା ଆକ୍ରମଣରେ ଜଣେ ଗୁରୁତର

(ହିଂଜିଳି / ରଜନୀ କାନ୍ତ ପାତ୍ର) : ଗଂଜାମ ଜିଲ୍ଲା ଉତ୍ତର ଘୁମୁସର ବନଖଣ୍ଡ କେନ୍ଦ୍ରୀୟ ବନାଞ୍ଚଳର ପାଲକାଟୁ ଗ୍ରାମରେ ଆଜି ବାରହା ଆକ୍ରମଣ ରେ ଜଣେ ଗୁରୁତର ଭାବେ ଆହତ ହୋଇଥିବା ଜଣାପଡିଛି । ଗୁରୁତର ଆହତ ଜଣଙ୍କ ଯୋଗୀ ଭୂୟାଁ ବୋଲି ଜଣାପଡିଥିବା ବେଳେ ନିଜ ଜମିରେ କାମ କରୁଥିବା ବେଳେ ହଠାତ ନିକଟସ୍ଥ ଜଙ୍ଗଲରୁ ଏକ ବାରହା ବାହାରି ଆସି ତାଙ୍କୁ ଅତର୍କିତ ଆକ୍ରମଣ କରିଥିଲା । ଯୋଗୀଙ୍କ ଚିତ୍କାର ଶୁଣି ଵିଲରେ କାମ କରୁଥିବା ଅନ୍ୟ ଲୋକ ମାନେ ସେଠାରେ ପହଂଚି ତାଙ୍କୁ ଉଦ୍ଧାର କରି ଆମ୍ବୁଲାନ୍ସ ଯୋଗେ ଭଞ୍ଜନଗର ମେଡ଼ିକାଲରେ ଭର୍ତ୍ତି କରିଥିଲେ। ଯୋଗୀଙ୍କ ମୁଣ୍ଡ ଓ ଜଙ୍ଘରେ ଗଭୀର ଆଘାତ ଲାଗିଛି। ପ୍ରାଥମିକ ଚିକିତ୍ସା ପରେ ଡାକ୍ତର ତାଙ୍କୁ ବ୍ରହ୍ମପୁର ସ୍ଥାନାନ୍ତର କରିଛନ୍ତି । ବନ ବିଭାଗ ପକ୍ଷରୁ ଘଟଣାର ତଦନ୍ତ ଆରମ୍ଭ ହୋଇଥିବା ଜଣାପଡିଛି ।