ସରୋଜ ରାଉତ: ଆଜିଠାରୁ ସାରା ରାଜ୍ୟରେ ଦ୍ୱିତୀୟ ଲହରର ପ୍ରଥମ ଲକଡାଉନ ି ଆରମ୍ଭ ହୋଇଛି । କରୋନା ତାର ପ୍ରଥମେ ତାର କରାଳ ରୂପ ଦେଖେଇସାରିଛି , ଏବେ କରୋନାର ଦ୍ୱିତୀୟ ଲହର ଚାଲିଥିବ ବେଳେ ଏହା ଏବେ ଏତେ ମାତ୍ରାରେ ଭୟଙ୍କର ହେବାରେ ଲାଗିଛି ଯେ ରାଜ୍ୟରେ ଦୈନିକ ମୃତ୍ୟୁ ସଂଖ୍ୟା ବଢିବାରେ ଲାଗିଛି । ଏହାକୁ ନଜରରେ ରଖି କରୋନାକୁ ମାତ୍ ଦେବାକୁ ସରକାର ନେଇଛି ଲକଡାଉନ ଭଳି ଚରମ ପଦକ୍ଷେପ । ପୁଣି ରାଜଧାନୀରେ ଫେରଛି ପୁର୍ବ ସ୍ଥିତି । ପାଣି ନାକ ଉପରେ ଗଲାଣି କିନ୍ତୁ ଏଠି ଅମାନିଆମାନେ ନିଜର ମନମାନି ଚଲାଇଛନ୍ତି , ତେଣୁ ପୁଲିସକୁ କେତେକ ସ୍ଥାନରେ ଜୋରିମାନ ଆଦୟ କରିବାର ଦେଖିବାକୁ ମିଳିଛି . ଅନ୍ୟପଟେ କୋଭିଡ ନିୟମକୁ ମାନି ଦୋକାନ ବଜାର ବନ୍ଦ ଥିବାବେଳେ କିଛି ଲୋକ ଜରୁରୀ କାମରେ ବାହରକୁ ବାହରିଥିବା ମଧ୍ୟ ଦେଖିବାକୁ ମିଳିଛି । ସବୁମୁଖ୍ୟ ଛକ ରେ ବ୍ୟାରିକେଡ ଲାଗିବା ସହ ପୋଲିସ ମଧ୍ୟ ମୃତୟନ ଅଛନ୍ତି ।