ଦିବ୍ୟାଙ୍ଗ ରଜତଙ୍କ ପରିବାରକୁ ଆତତାୟୀମାନଙ୍କ ମାରଣାତ୍ମକ ଆକ୍ରମଣ

(ଓମ୍ ପ୍ରକାଶ ମିଶ୍ର /ସୋନପୁର): ସୁବର୍ଣ୍ଣପୁର ଜିଲ୍ଲା ତରଭା ବ୍ଳକର ଝାରତରଭା ଗ୍ରାମର ଦିବ୍ୟାଙ୍ଗ ରଜତ ନାଏକ ଓ ତାଙ୍କର ପତ୍ନୀ ରିତା ନାଏକଙ୍କୁ ଆତତାୟୀ ମାନେ ମାରଣାସ୍ତ୍ରରେ ଆକ୍ରମଣ କରିଥିଲେ । ଏନେଇ ପରିବାର ପକ୍ଷରୁ ତରଭା ଥାନାରେ ଏତଲା ଦିଆଯାଇଛି । ଗତ ତିନି ତାରିଖରୁ ଆଜି ପର୍ୟ୍ୟନ୍ତ ପୋଲିସ କୌଣସି କାର୍ୟ୍ୟାନୁଷ୍ଠାନ ଗ୍ରହଣ କରି ନାହିଁ ବୋଲି ପରିବାର ପକ୍ଷରୁ ଅଭିଯୋଗ କରାଯାଇଛି ।