କ୍ରିୟୁ ମେମ୍ବର ଅଭାବ

ଇଣ୍ଡିଗୋର ୯ ଶହ ବିମାନ ଉଡାଣରେ ବିଳମ୍ବ

ନୂଆଦିଲ୍ଲୀ: ଶନିବାର ଇଣ୍ଡିଗୋର ଏୟାରଲାଇନ୍ସ ଦ୍ୱାରା ଯାତ୍ରା କରୁଥିବା ଲୋକଙ୍କୁ ଦେଶର ଅନେକ ସହରରେ ଅସୁବିଧାର ସମ୍ମୁଖୀନ ହେବାକୁ ପଡିଛି। ରିପୋର୍ଟ ଅନୁଯାୟୀ କର୍ମଚାରୀଙ୍କ ଅଭାବ ହେତୁ ଶନିବାର ଦେଶରେ ଅନେକ ଇଣ୍ଡିଗୋ ବିମାନ ଉଡାଣ ଭରିବାରେ ବିଳମ୍ବ ହୋଇଥିଲା। ଏକ ହିସାବ ଅନୁଯାୟୀ ଦେଶରେ ୯ଶହ ଟି ଇଣ୍ଡିଗୋ ବିମାନର ଉଡାଣ ବିଳମ୍ବ ଘଟିଛି। ଘଟଣାକୁ ଗୁରୁତର ସହ ନେଇ ଡିଜିସିଏ ଇଣ୍ଡିଗୋ ଠାରୁ ଏ ସମ୍ପର୍କରେ ସ୍ପଷ୍ଟୀକରଣ ଲୋଡିଛନ୍ତି। ସୂଚନା ଅନୁସାରେ ଇଣ୍ଡିଗୋର କ୍ରିୟୁ ମେମ୍ବରମାନେ ଏୟାର ଇଣ୍ଡିଆର ଏକ ଇଣ୍ଟରଭ୍ୟୁରେ ଯୋଗଦେବାକୁ ଯାଇଥିଲେ। ଯାହାଫଳରେ ସେମାନଙ୍କର ଅନୁପସ୍ଥିତି ଏକାଥରକେ ଅନୁଭୂତ ହୋଇଥିଲା। ବିମାନ ଉଡାଣ ବିଳମ୍ବ ନେଇ ଡିଜିସିଏ ପକ୍ଷରୁ ସ୍ପଷ୍ଟୀକରଣ ମଗାଯାଇଥିଲେ ସୁଦ୍ଧା ଇଣ୍ଡିଗୋ ପକ୍ଷରୁ କୌଣସି ପ୍ରତିକ୍ରିୟା ଦିଆଯାଇନାହିଁ। ସୂଚନା ଅନୁସାରେ ଇଣ୍ଡିଗୋ ବିମାନର ପ୍ରାୟ ୫୦ ପ୍ରତିଶତ ଉଡାଣ ଏଥିଯୋଗୁ ପ୍ରଭାବିତ ହୋଇଛି। ଅପରପକ୍ଷରେ ବାତିଲ ହୋଇଥିବା ବିମାନ ସଂଖ୍ୟା ୯ ଶହ ବୋଲି ଜଣାପଡିଛି। ବହୁ ସଂଖ୍ୟକ କ୍ରିୟୁ ସଦସ୍ୟ ଅସୁସ୍ଥତା ଦର୍ଶାଇ ଛୁଟି ନେଇଥିବାରୁ ଇଣ୍ଡିଗୋର ୫୫ ପ୍ରତିଶତ ଘରୋଇ ବିମାନ ଉଡାଣ ବିଳମ୍ବ ହୋଇଥିଲା। କ୍ରିୟୁ ସଦସ୍ୟମାନେ ଅସୁସ୍ଥତା ନାମରେ ଛୁଟି ନେଇ ଏକ ନିଯୁକ୍ତି ଅଭିଯାନରେ ଯୋଗ ଦେବାକୁ ଯାଇଥିଲେ। ଏ ପ୍ରସଙ୍ଗରେ ଡିଜିସିଏ ମୁଖ୍ୟ ଅରୁଣ କୁମାର ଘଟଣା ଉପରେ ଦୃଷ୍ଟି ରଖିଥିବା କହିଥିଲେ। ଦେଶର ସର୍ବବୃହତ ଘରୋଇ ବିମାନ କମ୍ପାନୀ ଇଣ୍ଡିଗୋର ସଂପ୍ରତି ଘରୋଇ ଏବଂ ଅନ୍ତର୍ଜାତୀୟ ରୁଟରେ ଦୈନିକ ୧୬୦୦ ବିମାନ ଚଳାଚଳ କରୁଛି। ତେବେ ବେସାମରିକ ବିମାନ ଚଳାଚଳ ମନ୍ତ୍ରଣାଳୟର ୱେବସାଇଟ ତଥ୍ୟ ଅନୁସାରେ ଇଣ୍ଡିଗୋର ୪୫୨ ପ୍ରତିଶତ ଘରୋଇ ବିମାନ ଠିକ ସମୟରେ ଚଳାଚଳ କରିଥିଲା । ତୁଳନାତ୍ମକ ଭାବେ ଏୟାର ଇଣ୍ଡିଆ, ଏଆର ଇଣ୍ଡିିଆ ସ୍ପାଇଶ ଜେଟ ଭିସ୍ତାରା ଗୋପିଷ୍ଟ ଏବଂ ଏୟାରଏସିଆ ଇଣ୍ଡିଆ ଯଥାକ୍ରମେ ୭୭.୧ ପ୍ରତିଶତ, ୮୦.୪ ପ୍ରତିଶତ, ୮୬. ୩ ପ୍ରତିଶତ, ୮୮ ପ୍ରତିଶତ ଏବଂ ୯୨.୩ ପ୍ରତିଶତ ବିମାନ ଚଳାଚଳ କରିଛନ୍ତି।