କୋଭିଡ ଟୀକା ନେଲା ଯୁବକଙ୍କ ଜୀବନ
କଟକ, ଜଗନ୍ନାଥ ମହାନ୍ତି : କୋଭିଡ ଟିକାର ଦ୍ଵିତୀୟ ଡୋଜ ନେବା ପରେ ପ୍ରାଣ ହରାଇଛନ୍ତି ଜଣେ ଯୁବକ । କଟକ ଏସସିବି ମେଡିକାଲରେ ଏମିତି ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ।
କଟକ ଚାଉଳିଆଗଞ୍ଜ ଅଞ୍ଚଳର ସଂଜୀବ ହାଲଦାରଙ୍କୁ ଆଜି ସକାଳୁ କୋଭିଡ ଟୀକା ନେବା ପାଇଁ ଫୋନ ଆସିଥିଲା । ତେଣୁ ସେ ବଡ଼ ମେଡିକାଲର ଟିକାଦାନ କେନ୍ଦ୍ରରେ ପହଞ୍ଚି ଟୀକା ନେଇ ଥିଲେ। ମାତ୍ର ଟୀକା ନେବାର କିଛି ସେକେଣ୍ଡ ମଧ୍ୟରେ ତାଙ୍କର ସ୍ୱାସ୍ଥ୍ୟ ଅବସ୍ଥା ହଠାତ ଖରାପ ହୋଇଯାଇଥିଲା । ଏହାପରେ ସଙ୍ଗେ ସଙ୍ଗେ ତାଙ୍କୁ ବଡ଼ ମେଡିକାଲର କାଜୁଆଲଟିରେ ଭର୍ତ୍ତି କରାଯାଇଥିଲା । କିନ୍ତୁ ସେଠାରେ ହାଲଦାରଙ୍କର ମୃତ୍ୟୁ ହୋଇଥିଲା । ମାତ୍ର ୪୨ ବର୍ଷରେ ରୋଜଗାରିଆ ପୁଅର ମୃତ୍ୟୁ ପରେ ଭାଙ୍ଗି ପଡିଛନ୍ତି ପରିବାର ଲୋକେ। ଟୀକାର ପାର୍ଶ୍ୱ ପ୍ରତିକ୍ରିୟା ଓ ମେଡିକାଲରେ ଚିକିତ୍ସାର ଅବହେଳା ଯୋଗୁଁ ସଂଜୀବଙ୍କ ମୃତ୍ୟୁ ହୋଇଥିବା ଅଭିଯୋଗ ହୋଇଛି ।