କୁକୁଡ଼ା ଫାର୍ମ ଚାଷୀ ମାନଙ୍କ ଚେତାବନୀ

(ଗୋପ/ଜୟନ୍ତ କୁମାର ସେଠୀ) : ପୁରୀ ଜିଲ୍ଲା ନିମାପଡ଼ା,ଗୋପ୍ ବ୍ଲକର ଶତାଧିକ କୁକୁଡ଼ା ଚାଷୀ ମାନଙ୍କର ଗତ ୨୦୧୯ମସିହା ଫନିରେ ଖ୍ୟତିପୂରଣ ପ୍ରଦାନରେ ସରକାର ସମ୍ପୂର୍ଣ୍ଣ ଅବହେଳା କରିଛନ୍ତି ।, ଚାଷୀମାନଙ୍କ ଖ୍ୟୟଖ୍ୟତି ଆକଳନରେ ପାତର ଅନ୍ତର ନୀତି, ବିଭାଗୀୟ ମନ୍ତ୍ରୀଙ୍କ ନିର୍ଦେଶ ସତ୍ୱେ ପ୍ରଶାସନ ଚାଷୀମାନଙ୍କୁ ଖ୍ୟତିପୂରଣ ପ୍ରଦାନରେ ଅବହେଳା କରିବା ଏବଂ ସମସ୍ତ ସରକାରୀ ଯୋଜନା ବାବଦରେ ଚାଷୀମାନଙ୍କୁ ସୂଚନା ଏବଂ ସଚେତନରୁ ଅବହେଳା କରିବା ଆଦି ପ୍ରସଙ୍ଗ ଉପରେ ଦୀଘାଳ ଠାରେ ଓଡିଶା ରାଜ୍ୟ ପୋଲଟ୍ରି ଡେଭେଲୋପମେଣ୍ଟ ଆସୋସିଏସନ୍ ଆନୂକୂଲ୍ୟ ରେ ଏକ ବୈଠକ ଅନୁଷ୍ଠିତ ହୋଇଥିଲା । ସହାୟତାରୁ ବଞ୍ଚିଥିବା ସମସ୍ତ କୁକୁଡ଼ା ଚାଷୀ ସହାୟତା ନପାଇଲେ ଆଗାମୀ ଦିନରେ ଆନ୍ଦୋଳନକୁ ଓହ୍ଲାଇବେ ବୋଲି ସଙ୍ଗ ଚେତାବନୀ ଦେଇଛନ୍ତି । ଏହି ବୈଠକରେ ରାଜ୍ୟ ଚେୟାରମେନ ଅଶୋକ କୁମାର ପ୍ରଧାନ, ସମ୍ପାଦକ ପ୍ରଦ୍ୟୁମ୍ନ କୁମାର ପରିଡ଼ା, କୋଷାଧ୍ୟକ୍ଷ ଜନ୍ମେଜୟ ମହାନ୍ତି, ଡେ଼ଲାଙ୍ଗ ବ୍ଲକ ସଭାପତି ଗୋପାଳ ଚନ୍ଦ୍ର ସ୍ୱାଇଁ ପ୍ରମୁଖ ଯୋଗ ଦେଇଥିଲେ ।