କରୋନାରେ ବଲିଉଡର ଲୋକପ୍ରିୟ କଣ୍ଠଶିଳ୍ପୀ ଅରିଜିତ ସିଂହଙ୍କ ମାଆଙ୍କ ଦେହାନ୍ତ
ବଲିଉଡର ଲୋକପ୍ରିୟ କଣ୍ଠଶିଳ୍ପୀ ଅରିଜିତ ସିଂହଙ୍କ ମାଆଙ୍କ ଦେହାନ୍ତ ହୋଇଛି । ଗତ କିଛି ଦିନ ତଳେ ସ୍ବାସ୍ଥ୍ୟାବସ୍ଥା ଖରାପ ହୋଇଥିଲା। କରୋନାରେ
(ମୁମ୍ବାଇ) : ବଲିଉଡର ଲୋକପ୍ରିୟ କଣ୍ଠଶିଳ୍ପୀ ଅରିଜିତ ସିଂହଙ୍କ ମାଆଙ୍କ ଦେହାନ୍ତ ହୋଇଛି । ଗତ କିଛି ଦିନ ତଳେ ସ୍ବାସ୍ଥ୍ୟାବସ୍ଥା ଖରାପ ହୋଇଥିଲା। କରୋନାରେ ସଂକ୍ରମିତ ହେବା ପରେ ତାଙ୍କୁ କୋଲକତାର ଏଏମଆରଆଇ ଢ଼ାକୁରିୟା ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ତାଙ୍କ ମାଆଙ୍କର ବ୍ଳଡ ଡୋନରର ଆବଶ୍ୟକତା ଥିଲା ବୋଲି ଅଭିନେତ୍ରୀ ସ୍ବସ୍ତିକା ମୁଖାର୍ଜୀ ଟ୍ୱିଟ୍ କରି ଏହି ବିଷୟରେ ସୂଚନା ଦେଇଥିଲେ। କିନ୍ତୁ ଆଜି ସକାଳ ୧୧ଟା ସମୟରେ ତାଙ୍କର ଦେହାନ୍ତ ହୋଇଛି।
ସୂଚନାନୁଯାୟୀ, ‘ଦିଲ ବେଚାରା’ ଏବଂ ‘ପାତାଲ ଲୋକ’ରେ ଅଭିନୟ କରିଥିବା ଅଭିନେତ୍ରୀ ସ୍ବସ୍ତିକା ମୁଖାର୍ଜୀ ଟ୍ୱିଟ୍ କରି କହିଥିଲେ ଯେ, ଅରିଜିତ ସିଂଙ୍କ ମାଆ ଡାକ୍ତରଖାନାରେ ଭର୍ତ୍ତି ହୋଇଛନ୍ତି ଏବଂ ତାଙ୍କୁ ବ୍ଲଡ ଡୋନର ଆବଶ୍ୟକତା ଅଛି।