ଏପଟେ ମିଳୁନି ସେପଟେ ଭାସୁଛି

(ରଜନୀକାନ୍ତ ପାତ୍ର /ଗଞ୍ଜାମ): ଶୁଦ୍ଧ ପାନୀୟ ଜଳରୁ ବଞ୍ଚିତ ହିଞ୍ଜିଳିକାଟୁ ବାସୀ । ପାଣି ଟିକିଏ ପାଇଁ ହନ୍ତସନ୍ତ ହୋଇ ବହୁ ସମସ୍ୟାକୁ ନେଇ ଗତି କରୁଛନ୍ତି ଅଞ୍ଚଳବାସୀ । ଗୋଟେ ପଟେ ଲୋକ ପାଣି ଟୋପାଏ ପାଇଁ ଡହଳ ବିକଳ ହେଉଥିବାବେଳେ ଅନ୍ୟପଟେ ପାଣିରେ ଭାସୁଛି ପୁରା ସହର ।
ସୂଚନାଯୋଗ୍ୟ ଯେ,ଶୁଦ୍ଧ ପାନୀୟ ଜଳ ପାଇଁ ହିଞ୍ଜିଳିକାଟୁ ବାସୀ ବହୁବାର ପ୍ରଶାସନକୁ ଅନୁରୋଧ କରିଥିଲେ ପ୍ରଶାସନ ଏହାକୁ ଅଣଦେଖା କରୁ ଆସୁଛି । କିନ୍ତୁ ହିଞ୍ଜିଳି ସହର ମଧ୍ୟରେ ଏକ ପାଇପ ଲାଇନ ଫାଟି ରାସ୍ତାରେ ଭାସୁଛି ପାଣି । ସେଥିପ୍ରତି କୌଣସି ବିଭାଗୀୟ ଅଧିକାରୀଙ୍କ ନଜର ପଡୁନଥିବା ଜଣାପଡିଛି । କେବେ ଅଧିକାରୀଙ୍କ ନଜର ପଡିବ ପାଇପ ମରାମତି ହେବ କେବେ ମିଳିବ ହିଞ୍ଜିଳିକାଟୁ ଅଞ୍ଚଳବାସୀଙ୍କୁ ଶୁଦ୍ଧ ପାନୀୟ ଜଳ ।