(ରିପୋର୍ଟସ ଟୁଡେ/ମଧୁସ୍ମିତା ତ୍ରିପାଠୀ): ମଧ୍ୟପ୍ରଦେଶର ଇନ୍ଦୋର ସହରରେ ଆଜି ସକାଳେ ଏକ ବଡ ଧରଣର ସଡକ ଦୁର୍ଘଟଣା ଘଟିଯାଇଛି । ଏହି ଦୁର୍ଘଟଣାରେ ୬ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୫ ଜଣ ଗୁରୁତର ଆହତ ହୋଇଥିବା ଜଣାପଡିଛି । ତେବେ ଆହତ ମାନଙ୍କୁ ଗୁରୁତର ଅବସ୍ଥାରେ ହସ୍ପିଟାଲରେ ଭର୍ତ୍ତୀ କରାଯାଇଛି ।
ମିଳିଥିବା ସୂଚନା ଅନୁସାରେ ଇନ୍ଦୋର ସହର ତେଜାଜି ନଗର ଅଞ୍ଚଳରୁ ଦ୍ରୁତ ଗତିରେ ଯାଉଥିବା ୨ଟି କାର ମଧ୍ୟରେ ମୁହାଁମୁହିଁ ଘକ୍କା ହୋଇଥିଲା । ଯାହାଫଳରେ ଘଟଣାସ୍ଥଳରେ ୬ ଜଣଙ୍କର ମୃତ୍ୟୁ ହୋଇଥିଲା । ପୋଲିସ ଘଟଣାସ୍ଥଳରେ ପହଞ୍ଚି କାର ଭିତରୁ ମୃତ ଦେହ ଉଦ୍ଧାର କରି ପୋଷ୍ଟମର୍ଟମ ପାଇଁ ପଠାଯାଇଛି ।