ନୂଆଦିଲ୍ଲୀ: ଭାରତ ସରକାରଙ୍କ ବିମାନ କମ୍ପାନୀ ଏୟାର ଇଣ୍ଡିଆକୁ ଟାଟା ଗ୍ରୁପ କିଣିଛି । ୧୮ ହଜାର କୋଟି ଟଙ୍କାରେ ଟାଟା ଗ୍ରୁପ ଏୟାର ଇଣ୍ଡିଆକୁ କିଣିନେଇଛି । ଗତ ୧୧ ବର୍ଷ ମଧ୍ୟରେ ଟାଟା ଗ୍ରୁପ ୧୨ଟି କମ୍ପାନୀକୁ ଅଧିଗ୍ରହଣ କରି ସାରିଛି। ସେସବୁ ମଧ୍ୟରେ ରହିଛି ଟେଟଲେ, ସିଏମସି, ଭିଏସଏନଏଲ, ନାଟଷ୍ଟିଲ ପରି ବଡ ବଡ ସଂସ୍ଥା ।
୨୦୦୦ ମସିହାରେ ଟାଟା ଟେଟଲେ ପରି ତା ଠାରୁ ତିନିଗୁଣା ବଡ କମ୍ପାନୀକୁ କିଣି ବିଶ୍ୱର ସର୍ବବୃହତ ଚା କମ୍ପାନୀ ହେବାର ଗୌରବ ହାସଲ କରିଥିଲା । ସେହିପରି ୨୦୦୧ରେ ଆଇଟି ସେବା ପ୍ରଦାନକାରୀ କମ୍ପାନି ସିଏମ୍ସିକୁ ଟାଟା କନ୍ସଲ୍ଟାନ୍ସି ସର୍ଭିସେସ୍ କିଣିଥିଲା। ପରେ ଟିସିଏସ୍ରେ ସିଏମ୍ସି ମିଶି ଯାଇଥିଲା। ୨୦୦୨ ମସିହାରେ ଟାଟା ବିଦେଶ ସଂଚାର ନିଗମ ଲିମିଟେଡ ବା ଭିଏସ୍ଏନ୍ଏଲ୍କୁ ଅଧିଗ୍ରହଣ କରିଥିଲା। ବର୍ତ୍ତମାନ ଏହା ଟାଟା କମ୍ୟୁନିକେସନ୍ସ ଭାବେ ନାମିତ ହୋଇଛି । ସବମେରାଇନ୍ କେବୁଲ୍ ମାଧ୍ୟମରେ ଇଣ୍ଟରନେଟ୍ ସେବା ଯୋଗାଇବାରେ ଏହି କମ୍ପାନୀ ପ୍ରମୁଖ ଭୂମିକା ଗ୍ରହଣ କରିଛି। ନାଟ୍ଷ୍ଟିଲ୍ ଟାଟା ଷ୍ଟିଲ୍ର ବିଦେଶୀ କଂପାନୀ ଅଧିଗ୍ରହଣ ମଧ୍ୟରୁ ଗୋଟିଏ। ଚଳିତ ମାସରେ ଉକ୍ତ କମ୍ପାନୀକୁ ଟାଟା ଷ୍ଟିଲ୍ ସିଙ୍ଗାପୁରର ଟପ୍ହିପ୍ ହୋଲ୍ଡିଂକୁ ୧୨୭୫ କୋଟି ଟଙ୍କାରେ ବିକ୍ରି କରି ଦେଇଛି।