ସଲମାନଙ୍କ ଉପଦେଶ ମାନୁଛନ୍ତି କିଙ୍ଗ ଖାନ

ଦୀର୍ଘ ୧୦ ଦିନ ହେବ ଏନସିବି ଦ୍ୱାରା ଗିରଫ ହୋଇ ଜେଲ୍‌ରେ ଥିବା ପୁଅକୁ ଏନସିବି କବଳରୁ ମୁକୁଳାଇବାକୁ ପାରୁ ପର୍ଯ୍ୟନ୍ତ ଚେଷ୍ଟା ଚଳାଇଛନ୍ତି କିଙ୍ଗ ଖାନ୍‌ ।

(ମୁମ୍ବାଇ) : ଦୀର୍ଘ ୧୦ ଦିନ ହେବ ଏନସିବି ଦ୍ୱାରା ଗିରଫ ହୋଇ ଜେଲ୍‌ରେ ଥିବା ପୁଅକୁ ଏନସିବି କବଳରୁ ମୁକୁଳାଇବାକୁ ପାରୁ ପର୍ଯ୍ୟନ୍ତ ଚେଷ୍ଟା ଚଳାଇଛନ୍ତି କିଙ୍ଗ ଖାନ୍‌ । ପୁଅକୁ ଆର୍ଥର ଜେଲ୍‌ରୁ ମୁକୁଳାଇବାକୁ ପ୍ରଥମେ ନାମଜାଦା ଓକିଲ ସତୀଶ ମନଶିନ୍ଦେଙ୍କୁ ନିଯୁକ୍ତି କରିଥିବା ଶାହରୁଖ ଖାନ ଏଥର କିନ୍ତୁ ତାଙ୍କ ଉପରୁ ଭରସା ଉଠାଇନେଲେଣି।

ସୂଚନାନୁଯାୟୀ , ଏଥର ଶାହରୁଖଙ୍କ ପୁଅକୁ ମୁକୁଳାଇବା ଦାୟିତ୍ୱ ସମ୍ଭାଳିବେ ଅମିତ ଦେଶାଇ। ଅମିତ ଦେଶାଇ ଦବଙ୍ଗ ଖାନଙ୍କୁ ଜେଲ୍‌ରୁ ମୁକୁଳାଇଥିବାରୁ ଏଥର ତାଙ୍କ ଉପରେ ଭରସା ପ୍ରକଟ କରିଛନ୍ତି ଶାହରୁଖ । ଆଜି ଅମିତ ଦେଶାଇ, ଓକିଲ ସତୀଶ ମନସିନ୍ଦେ ଓ ନିଜ ଟିମ୍‌ ସହ ଆର୍ଯ୍ୟନଙ୍କୁ ମୁକୁଳାଇବାକୁ କୋର୍ଟରେ ପହଞ୍ଚି ସାରିଛନ୍ତି। ଏବେ ଶାହରୁଖଙ୍କ ଦୁଃଖ ସମୟରେ ତାଙ୍କ ପାଖେ ପାଖେ ଛିଡ଼ା ହେଉଛନ୍ତି ସଲମାନ । ଏପରିକି ରାତି ଅଧରେ ସେ ନିଜେ ମନ୍ନତରେ ପହଞ୍ଚିଯାଉଥିବା ବେଳେ ନିଜ ବାପା ସଲିମ ଖାନଙ୍କ ସହ ବି ମନ୍ନତ ବାହାରେ ସ୍ପଟ ହେଉଛନ୍ତି।
ତେଣୁ ସଲମାନଙ୍କ ଉପଦେଶ କ୍ରମେ ଶାହରୁଖ ଅମିତ ଦେଶାଇଙ୍କ ଉପରେ ଏଥର ଭରସା କରୁଥିବା ଶୁଣିବାକୁ ମିଳିଛି।