ଶାହରୁଖଙ୍କ ପାଇଁ ବଢିଲା ଅଡୁଆ

ନୂଆଦିଲ୍ଲୀ: କିଙ୍ଗ ଖାନ ଶାହରୁଖଙ୍କ ପୁଅ ଆର୍ୟାନଙ୍କ ନିଶା ସେବନ ମାମଲାରେ ଏନସିବି ଗିରଫ କରିବା ପରେ ଶାହରୁଖଙ୍କ ପାଇଁ ବଢିଲା ଅଡୁଆ । ଶାହରୁଖଙ୍କ ଅଭିନୀତ ସମସ୍ତ ବିଜ୍ଞାପନ ପ୍ରସାରଣକୁ ବନ୍ଦ ରଖିଛି ପ୍ରମୁଖ ଏଡ-ଟେକ୍ କମ୍ପାନୀ ବାଇଜୁସ୍ । ସଂପ୍ରତି ଆରୟାନଙ୍କ ବିରୁଦ୍ଧରେ ଏନସିବି ଅଧିକ ତଦନ୍ତ ଜାରି ରଖିଥିବାବେଳେ ତାଙ୍କର ଜାମିନ ଆବେଦନ ନାମଞ୍ଜୁର ହୋଇଯାଇଛି । ଏହା ପରେ ଶାହରୁଖ ଥିବା ସମସ୍ତ ବିଜ୍ଞାପନକୁ ବାଇଜୁସ୍ ବନ୍ଦ କରିଦେଇଛି ।
ଏହି ବିଜ୍ଞାପନଗୁଡିକ ନିମନ୍ତେ କମ୍ପାନୀ ଆଗୁଆ ବୁକିଂ କରିଥିବାବେଳେ ଟ୍ୱିଟର ଭଳି ସାମାଜିକ ଗଣମାଧ୍ୟମରେ ତୀବ୍ର ସମାଲୋଚନାର ଶିକାର ହେବାପରେ ସେସବୁକୁ ପ୍ରସାରଣକୁ ବନ୍ଦ ରଖିଛି । ବାଇଜୁସ୍ ପ୍ରଚାର ପ୍ରସାର ନିମନ୍ତେ ଶାହରୁଖଙ୍କୁ ବ୍ରାଣ୍ଡ ଆମ୍ବାସାଡର କରିବା ସହ ପ୍ରତିବର୍ଷ ୩ରୁ ୪ କୋଟି ଟଙ୍କା ପ୍ରଦାନ କରୁଥିବା ଜଣାଯାଇଛି ।