ରାଜ୍ୟରେ କରୋନା ଚିକିତ୍ସା ପାଇଁ ହସ୍ପିଟାଲକୁ ପ୍ରସ୍ତୁତ କରାଯାଇଛି: ସ୍ୱାସ୍ଥ୍ୟ ନିର୍ଦ୍ଦେଶକ

ଭୁବନେଶ୍ୱର: ଦେଶରେ କରୋନା ସ୍ଥିତି ଉକ୍ରଟ ହେବାରେ ଲାଗିଲାଣି । ଦୈନିକ ସଂକ୍ରମଣ ୧ ଲକ୍ଷ ଛୁଇଁବାକୁ ବସିଲାଣି । ପୂର୍ବରୁ ୯୬ ହଜାର ଆକ୍ରାନ୍ତ ଚିହ୍ନଟ ହେଉଥିଲେ, ବର୍ତ୍ତମାନ ଦୈନିକ ଏହି ସଂଖ୍ୟା ୮୧ ହଜାର ଛୁଇଁଲାଣି । ତେଣୁ ଟେଷ୍ଟିଂ, ଟ୍ରେସିଂ, ସର୍ଭେଲାନ୍ସ ଆଦିକୁ ବଢାଇବାକୁ ଜନସ୍ୱାସ୍ଥ୍ୟ ନିର୍ଦ୍ଦେଶକ ନିରଞ୍ଜନ ମିଶ୍ର ଆଜି କ୍ୟାବିଟେ ସଚିବଙ୍କ ସହ କରୋନା ସମୀକ୍ଷା ପରେ କହିଛନ୍ତି ।
ରାଜ୍ୟରେ ଏବେ କରୋନା ୫୦୦ ମୁହାଁ ହେବାକୁ ବସିଲାଣି । ତେଣୁ କୋଭିଡ ହସ୍ପିଟାଲଗୁଡିକ ପ୍ରସ୍ତୁତ ରଖିବାକୁ ଜନସ୍ୱାସ୍ଥ୍ୟ ନିର୍ଦ୍ଦେଶକ ନିରଞ୍ଜନ ମିଶ୍ର କହିଛନ୍ତି । ରୋଗୀ ସଂଖ୍ୟା ବୃଦ୍ଧି ପାଉଥିବାରୁ ୱାର୍ଡ ଓ ଅଧିକ ଡାକ୍ତର ପଠାଇବାକୁ ବ୍ୟବସ୍ଥା କରିବାକୁ କୁହାଯାଇଛି । ତେବେ ହସ୍ପିଟାଲରେ ବହୁ ସଂଖ୍ୟକ ବେଡ ରହିଛି, ଭୟ କରିବାର କିଛି କାରଣ ନ।।ହିଁ । ସଂକ୍ରମଣ ଉପରେ ରୋକ ଲଗାଇବାକୁ ଲୋକଙ୍କୁ ସଚେତନ କରାଯାଇ ଏନଫୋର୍ସମେଣ୍ଟକୁ କଡା କରାଯିବ ବୋଲି ସେ କହିଛନ୍ତି ।
ସେହିପରି ସ୍ୱାସ୍ଥ୍ୟ ନିର୍ଦ୍ଦେଶକ ବିଜୟ ମହାପାତ୍ର କହିଛନ୍ତି, କରୋନା ପାଇଁ ମୃତ୍ୟୁହାର ବେଶୀ ନ।।ହିଁ । ସୀମାନ୍ତ ଅଞ୍ଚଳରେ ହସ୍ପିଟାଲକୁ ପ୍ରସ୍ତୁତ ରଖିବାକୁ କୁହାଯାଇଛି । ଏମକେସିଜି, କୋରାପୁଟ, ବ୍ରହ୍ମପୁର, ବୁର୍ଲା, ଏସିବିରେ ବେଡ ବ୍ୟବସ୍ଥା ହୋଇଛି ।