(ରିପୋର୍ଟସ ଟୁଡ଼େ)ଭୁବନେଶ୍ୱର: ଜାତୀୟ ସମ୍ମାନରେ ସମ୍ମାନିତ ହେଲେ ଯାଜପୁର ଜିଲ୍ଲାପାଳ ରଂଜନ କୁମାର ଦାସ। ଲାଲ ବହାଦୁର ଶାସ୍ତ୍ରୀ ଜାତୀୟ ଏକାଡେମୀ ଆଡମିନିଷ୍ଟ୍ରେସନରେ ସହରୀ ବିକାଶ ସମ୍ପର୍କରେ ଏକ ସବିଶେଷ ରିପୋର୍ଟ ଉପସ୍ଥାପନ କରି ଉଚ୍ଚ ପ୍ରଶଂସିତ ହୋଇପାରିଛନ୍ତି।
ଏହି ରିପୋର୍ଟ ରେ ଯାଜପୁର ସହରର କେତେକ ପ୍ରକଳ୍ପକୁ ମଡେଲ ଭାବେ ଉପସ୍ଥାପନ କରିଥିଲେ। ଯାହାକି ସମଗ୍ର ଦେଶରୁ ଆସିଥିବା ପ୍ରାତିନିଧି ମାନେ ବେଶ ପ୍ରଶଂସା କରିଥିଲେ। ଏହି ରିପୋର୍ଟ ଉପସ୍ଥାପନ କରି ସମଗ୍ର ଦେଶରେ ପ୍ରଥମ ସ୍ଥାନ ଅଧିକାର କରିଛନ୍ତି ଜିଲାପାଳ ଶ୍ରୀ ଦାସ ।
ଏଥିପାଇଁ ଯାଜପୁର ବାସୀଙ୍କ ପକ୍ଷରୁ ଅନେକ ଶୁଭେଛା ଓ ଅଭିନନ୍ଦନର ସୁଅ ଛୁଟିଛି। ସେ ଜଣେ ଏକାଧାରାରେ ସୁପ୍ରଶାସକ, କବି,ଗୀତିକାର। ସେ ଯାଜପୁର ଅଧିଷ୍ଠାତ୍ରୀ ମା’ ବିରଜାଙ୍କ ଉପରେ ଅନେକ ଭଜନ ଓ ଆଧୁନିକ ଗୀତ ଲେଖିଛନ୍ତି ।