(ଶିଳାସ୍ମିତା ରାୟ) ଭୁବନେଶ୍ୱର: ମହାରାଷ୍ଟ୍ର ନିର୍ବାଚନର ଫଳାଫଳ ୨୪ ତାରିଖରୁ ପ୍ରକାଶ ପାଇଥିଲେ ମଧ୍ୟ ଏପର୍ଯ୍ୟନ୍ତ ବିଜେପି ଓ ଶିବସେନା ମଧ୍ୟରେ ମୁଖ୍ୟମନ୍ତ୍ରୀ ପଦକୁ ନେଇ ଚାଲିଛି ଟଚ୍ଚାଓଟରା । ଏପର୍ଯ୍ୟନ୍ତ କୌଣସି ଆଲୋଚନା ଶିବସେନା ସହ ହୋଇ ନ ଥିବା ଆଜି ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡଚ୍ଚାବିସ କହିଛନ୍ତି । ସେ କହିଛନ୍ତି, ଶିବସେନାକୁ ମୁଖ୍ୟମନ୍ତ୍ରୀ ପଦ ଦେବା ନେଇ କୌଣସି ନିଷ୍ପତ୍ତି ହୋଇନାହିଁ । ପୂର୍ବରୁ ଶିବସେନା ମୁଖପାତ୍ର ସଂଜୟ ରାଉତ କହିଥିଲେ ଯେ ମହାରାଷ୍ଟ୍ରରେ କୌଣସି ଦ୍ୟଷ୍ମନ୍ତ ନାହାନ୍ତି ଯାହାର ପିତା ଜେଲରେ ଅଛନ୍ତି । ବିଜେପି ଆମର ଧର୍ୟ୍ୟର ପରୀକ୍ଷା ନକରୁ । ଆମ ପାଖରେ ବିକଳ୍ପ ଖୋଲା ଅଛି ବୋଲି ସେ କହିଥିଲେ । ସେ କହିଛନ୍ତି ଯେ ହରିୟାଣା ଓ ମହାରାଷ୍ଟ୍ରରେ ରାଜନୈତିକ ପରିସ୍ଥିତି ଭିନ୍ନ ରହିଛି । ଶିବସେନା ସତ୍ୟ ଓ ଧର୍ମର ପଥରେ ଚାଲୁଛି ।