ମାଇକ୍ରୋସଫ୍ଟ କମ୍ପାନୀ ଛାଡ଼ିଲେ ବିଲ ଗେଟ୍ସ

(ରିପୋର୍ଟସ ଟୁର୍ଡ଼େ)ୱାଶିଂଟନ: ମାଇକ୍ରୋସଫ୍ଟ କମ୍ପାନୀର ବୋର୍ଡ ଅଫ ଡାଇରେକ୍ଟର୍ସ ବିଲ ଗେଟ୍ସ ଇସ୍ତଫା ଦେଇଛନ୍ତି । କଂପାନୀର କହିବା ଅନୁସାରେ ସେ ନିଜର ଅଧିକାଂଶ ସମୟକୁ ସାଧାରଣ ଲୋକଙ୍କ ମଙ୍ଗଳ କାମରେ ନିୟୋଜିତ କରିବେ । ଏକ ବୟାନରେ କୁହାଯାଇଛି ଯେ, ଗେଟ୍ସ ସ୍ୱାସ୍ଥ୍ୟ ଏବଂ ଶିକ୍ଷା ପାଇଁ ଅଧିକ କାମ କରିବାକୁ ଚାହୁଁଛନ୍ତି । ଏଥି ପାଇଁ ସେ ଏହି ଦାୟିତ୍ୱରେୁ ଦୂରରେ ରହିବାକୁ ନିଷ୍ପତ୍ତି ନେଇଛନ୍ତି । କିନ୍ତୁ ସେ ମାଇକ୍ରୋସଫ୍ଟର ମୁଖ୍ୟ କାର୍ୟ୍ୟନିର୍ବାହୀ ସତ୍ୟ ନଡେଲାଙ୍କ ସହିତ ପ୍ରଯୁକ୍ତିବିଦ୍ୟା ପରାମର୍ଶଦାତା ଭାବେ କାମ କରିବେ।

ଗେଟ୍ସ ୧୯୭୫ରେ ଅଲେନଙ୍କ ସହ ମିଶି ଏହି କମ୍ପାନୀ ଗଢ଼ିଥିଲେ ଏବଂ ସେ ୨୦୦୦ ମସିହା ପର୍ୟ୍ୟନ୍ତ ସିଇଓ ଥିଲେ । ଗେଟ୍ସଙ୍କ ଇସ୍ତଫା ପରେ କମ୍ପାନୀରେ ଆଉ ୧୨ ଜଣ ସଦସ୍ୟ ରହିଲେ । ଏଥିରେ ସତ୍ୟ ନଡେଲା ମଧ୍ୟ ସାମିଲ । ନଡେଲା କହିଛନ୍ତି, ଏକାଠି ହୋଇ କାମ କରିବା ଗୌରବର କଥା । ଲୋକଙ୍କ ସଫ୍ଟୱେର ଜନିତ ସମସ୍ୟାର ସମାଧାନ ପାଇଁ ଗେଟ୍ସ ଏହି କମ୍ପାନୀର ପ୍ରତିଷ୍ଠା କରିଥିଲେ । ସେ କହିଛନ୍ତି, ମାଇକ୍ରୋସଫ୍ଟ ତାଙ୍କର ଲକ୍ଷ୍ୟକୁ ପୂରା କରିବା ଦିଗରେ କାମ ଜାରି ରଖିବ ।