ଭାରତର ୪ଟି ଟ୍ରାଫିକ ଭିଡ ସହର

(ମମତା ସାମଲ)ରିପୋର୍ଟସଟୁଡେ: ଦିଲ୍ଲୀର ରାଜପଥ ସକାଳୁ ସନ୍ଧ୍ୟା ଯାଏଁ ଭିଡ ଜମିଥାଏ । ବିଶ୍ୱର ଅନେକ ଜଣାଶୁଣା ସହର ଭଳି ଦିଲ୍ଲୀରେ ମଧ୍ୟ ଟ୍ରାଫିକ ଭିଡ଼ ରହୁଛି । ଅର୍ବାନ ମୋବିଲିଟୀ କ୍ଷେତ୍ରରେ କାମ କରୁଥିବା ସ୍ୱାସ୍ଥ୍ୟ ଏବଂ ଲୋକେଶନ ଟେକ୍ନୋଲୋଜୀ ବିଶେଷଜ୍ଞ ଟମଟମ ଦ୍ୱାରା ପ୍ରସ୍ତୁତ ଏକ ସଦ୍ୟତମ ରିପୋର୍ଟରେ କୁହାଯାଇଛି ଯେ, ସଡ଼କରେ ସର୍ବାଧିକ ଭୀଡ଼ ହେଉଥିବା ବିଶ୍ୱର ଶ୍ରେଷ୍ଠ ୧୦ଟି ସହର ମଧ୍ୟରେ ଭାରତର ୪ଟି ସହର ସାମିଲ ହୋଇଛି । ଏହି ତାଲିକାରେ ଦିଲ୍ଲୀକୁ ୮ମ ସ୍ଥାନ ମିଳିଥିବା ବେଳେ ଏସିଆ ମହାଦେଶରେ ସବୁଠାରୁ ଅଧିକ ଟ୍ରାଫିକ ରହୁଥିବା ସହର ମଧ୍ୟରେ ୫ମ ସ୍ଥାନ (୫୬ ପ୍ରତିଶତ) ବୋଲି ରିପୋର୍ଟ ହୋଇଛି । ଭାରତରୁ ଏସିଆ ମହାଦେଶର ଟ୍ରାଫିକ ଭିଡ଼ ତାଲିକାରେ ବେଙ୍ଗାଲୁର ଶୀର୍ଷରେ ଅଛି ।
ସର୍ଭେରୁ ଜଣାପଡ଼ିଛି ଯେ,ଦିଲ୍ଲୀବାସୀ ପିକ ଓଭର୍ସ ସମୟରେ ଗାଡ଼ି ଚଳାଇବା ସମୟରେ ଅନ୍ୟ ସହର ତୁଳନାରେ ବାର୍ଷିକ ୧୯୦ ଘଣ୍ଟାରୁ ଅଧିକ ଖର୍ଚ୍ଚ କରନ୍ତି । ସର୍ଭେରୁ ଜଣାପଡ଼ିଛି, ଗତ ବର୍ଷ ଦିଲ୍ଲୀରେ ସବୁଠାରୁ ଅଧିକ ଟ୍ରାଫିକ ଅକ୍ଟୋବର ୨୩ରେ ଥିଲା । ସେହିଦିନ ରେଳବାଇ ଚାକିରି ଦାବି କରି ଦେଶର ଚାରିଆଡୁ ଦିବ୍ୟାଙ୍ଗ ଛାତ୍ରମାନେ ମଣ୍ଡି ହାଉସରେ ଧାରଣା ଦେଇଥିଲେ । ଫଳରେ ଭିଡ଼ ପରିଲକ୍ଷିତ ହୋଇଥିଲା ।
ଆଠ ଲକ୍ଷରୁ ଅଧିକ ଲୋକସଂଖ୍ୟା ଥିବା ୫୭ଟି ଦେଶର ୪୧୬ ସହରକୁ ସର୍ଭେରେ ସାମିଲ କରାଯାଇଥିଲା । ଟ୍ରାଫିକ ମାମଲାରେ ଭାରତର ବେଙ୍ଗାଲୁରୁ ସହର ପ୍ରଥମ ନମ୍ବର ପାଇଛି । ଏଠାରେ ହାରାହାରି ୭୧ ପ୍ରତିଶତ କଞ୍ଜକଶନ ରେକର୍ଡ କରାଯାଇଛି । ସେହିଭଳି ୬୫ ପ୍ରତିଶତ ସହିତ ମୁମ୍ବାଇ ଓ ୫୯ ପ୍ରତିଶତ ସହିତ ପୁଣେ ହେଉଛି ଟ୍ରାଫିକ ଭିଡ଼ ରହୁଥିବା ଭାରତୀୟ ସହର । ତାଲିକାର ଶ୍ରେଷ୍ଠ ୧୦ରେ ସାମିଲ ଥିବା ଅନ୍ୟ ସହରଗୁଡ଼ିକ ହେଲା ମନିଲା (୨ୟ), ବଗୋଟା (୩ୟ), ମସ୍କୋ (୬ଷ୍ଠ), ଲିମା (୭ମ), ଇସ୍ତାନବୁଲ (୯ମ) ଓ ଜାକର୍ତ୍ତା (୧୦ମ) ।