ଭଗବତୀ ମହାବିଦ୍ୟାଳୟର ୪୨ତମ ପ୍ରତିଷ୍ଠା ଦିବସ ପାଳିତ

(ଜୟନ୍ତ କୁମାର ସେଠୀ)ଗୋପ: ଭଗବତୀ ମହାବିଦ୍ୟାଳୟର ୪୨ତମ ପ୍ରତିଷ୍ଠା ଦିବସ ପାଳିତ ହୋଇଯାଇଛି । ମହାବିଦ୍ୟାଳୟଟି ୧୯୭୮ ମସିହାରେ ପ୍ରତିଷ୍ଠା କରାଯାଇଥିଲା। ରାଜ୍ୟ କ୍ରୀଡା ଓ ଯୁବ ସେବା ଏବଂ ସୂଚନା ପ୍ରଯୁକ୍ତି ବିଦ୍ୟା ମନ୍ତ୍ରୀ ତୁଷାରକାନ୍ତି ବେହେରା ମୁଖ୍ୟ ଅତିଥିଭାବେ ଯୋଗ ଦେଇ ମହାବିଦ୍ୟାଳୟକୁ ଅନୁଦାନ ଖୁବଶିଘ୍ର ଯୋଗାଇ ଦିଆଯିବ। ଏହା ସହ ମହାବିଦ୍ୟାଳୟରେ ଥିବା ସମସ୍ୟା ସମାଧାନ କରାଯିବା ପାଇଁ ଉଦ୍ୟମ କରାଯିବ ବୋଲି ମନ୍ତ୍ରୀ ଶ୍ରୀ ବେହେରା କହିଥିଲେ । ମହାବିଦ୍ୟାଳୟର ଅଧ୍ୟକ୍ଷ ବିଷ୍ଣୁଚରଣ ମିଶ୍ରଙ୍କ ପୌରୋହିତ୍ୟ କରିଥିବା ବେଳେ ସମ୍ମାନୀତ ଅତିଥିଭାବେ ଅସ୍ତରଙ୍ଗ ବ୍ଲକ ଅଧ୍ୟକ୍ଷ ସ୍ୱାଧୀନ କୁମାର ନାୟକ, ପୁରୀ ଜିଲ୍ଲା ଯାଦବ ମହାସଙ୍ଘ ସଭାପତି ଗୋପାଳ ଚନ୍ଦ୍ର ବେହେରା ଓ ସମାଜସେବୀ ପ୍ରଫୁଲ୍ଲ ପାତ୍ର ପ୍ରମୁଖ ଯୋଗଦେଇ ଉତ୍ସବକୁ ଉଦଘାଟନ କରିଥିଲେ । ମହାବିଦ୍ୟାଳୟର ଜାତୀୟ ସମରଶିକ୍ଷାର୍ଥୀ ବାହିନୀର ଛାତ୍ରଛାତ୍ରୀମାନେ ଅତିଥିମାନଙ୍କୁ ସ୍ୱାଗତ କରିଥିଲେ। ପରେ ମହାବିଦ୍ୟାଳୟ ପରିସରରେ ଥିବା ଜାତିର ପିତା ମହାତ୍ମା ଗାନ୍ଧୀଙ୍କ ପ୍ରତିମୂର୍ତ୍ତିରେ ଅତିଥିମାନେ ମାଲ୍ୟାର୍ପଣ କରି ବୃକ୍ଷରୋପଣ କରିଥିଲେ ।