ବଦଳିଲା ମେଡିକାଲ ଚୁକ୍ତି ପଲିସି

(ମମତା ସାମଲ)ରିପୋର୍ଟସଟୁଡେ: ରାଜ୍ୟରେ ବଦଳିଲା ମେଡିକାଲ ଚୁକ୍ତି ପଲିସି । ମେଡିକାଲ ବଣ୍ଡ ପଲିସି ଅନୁସାରେ ସରକାରୀ ମେଡିକାଲରେ ଯେଉଁମାନେ ଏମବିବିଏସ ପରେ ପିଜି କିମ୍ବା ସୁପର ସ୍ପେଶାଲିଷ୍ଟ କୋର୍ସ କରିବେ ସେମାନେ ରାଜ୍ୟ ସରକାରଙ୍କ ଅଧୀନରେ କାର୍ଯ୍ୟ କରିବାକୁ ବାଧ୍ୟ । ପିଜି କୋର୍ସ କରୁଥିବା ମେଡିକାଲ ଛାତ୍ରଛାତ୍ରୀ ରାଜ୍ୟ ସରକାରଙ୍କ ଅଧୀନରେ ୨ବର୍ଷ କାମ କରିବାକୁ ବାଧ୍ୟ । ଯଦି ସେମାନେ କାମ ନକରନ୍ତି ତାହେଲେ ଦେଢ କୋଟି ଟଙ୍କା ଦେବେ ।
ସେହିପରି ସୁପର ସ୍ପେଶାଲିଷ୍ଟ ଛାତ୍ରଛାତ୍ରୀ ପାଠ ସରିବା ପରେ ରାଜ୍ୟ ସରକାରଙ୍କ ଅଧୀନରେ କାମ ନକଲେ ସେମାନଙ୍କୁ ୨ କୋଟି ଟଙ୍କା ଦେବାକୁ ପଡ଼ିବ। ଏହି ନୂଆ ନିୟମ ଚଳିତ ବର୍ଷରୁ ଲାଗୁ ହେବ ବୋଲି ସ୍ୱାସ୍ଥ୍ୟ ମନ୍ତ୍ରୀ ନବ ଦାସ କହିଛନ୍ତି।