ବଜେଟକୁ ନେଇ ବିରୋଧୀଙ୍କ ହଙ୍ଗାମା

(ରିପୋର୍ଟସ ଟୁଡେ / ମଧୁସ୍ମିତା ତ୍ରିପାଠୀ): ଶନିବାର ଦିନ କେନ୍ଦ୍ର ଅର୍ଥ ମନ୍ତ୍ରୀଙ୍କ ବଜେଟକୁ ନେଇ ବିରୋଧୀ ହଙ୍ଗାମା କରିଛନ୍ତି । କଂଗ୍ରେସର ପୂର୍ବତନ ଅଧ୍ୟକ୍ଷ ରାହୁଲ ଗାନ୍ଧୀ କହିଛନ୍ତି, ବଜେଟ ନାମରେ କେବଳ ଭାଷଣ ଚାଲିଛି । କୌଣସି କେନ୍ଦ୍ରୀୟ ବିଷୟବସ୍ତୁ ନାହିଁ । ଅର୍ଥ ବ୍ୟବସ୍ଥା ସୁଧାରିବାରେ ବଜେଟରେ କିଛି ନ ଥିଲା । ରାହୁଲ ଗାନ୍ଧୀ କହିଥିଲେ, ଦେଶରେ ମୁଖ୍ୟ ଅସୁବିଧା ବେରୋଜଗାରୀ । ବେରୋଜଗାରୀ ନେଇ ଚଳିତ ବଜେଟରେ ଏହାକୁ ନେଇ କୌଣସି ରଣନୈତିକ ବିଚାରଧାରା ଦେଖାଗଲା ନାହିଁ । ଏହି ଲମ୍ବା ବଜେଟରେ କେବଳ ସଂଖ୍ୟାର ଜୁମଲା ରହିଛି । ବାରମ୍ବାର ବିଭିନ୍ନ ବିଷୟର ପୁନରାବୃତ୍ତି କରାଯାଇ ଉପସ୍ଥାପିତ ହୋଇଛି । ସେ ଆହୁରି କହିଛନ୍ତି, ସରକାରକୁ ଜଣା ଅର୍ଥବ୍ୟବସ୍ଥା କେଉଁଆଡେ ଯାଉଛି ।