ନିର୍ଭୟା ମାମଲା; ଫାଶି ଘୁଞ୍ଚାଇବାକୁ ଆବେଦନର ଆଜି ଶୁଣାଣି

(ରିପୋର୍ଟସ ଟୁଡେ / ମଧୁସ୍ମିତା ତ୍ରିପାଠୀ): ବହୁ ଚର୍ଚ୍ଚିତ ନିର୍ଭୟା ଗଣ ଦୁଷ୍କର୍ମ ଓ ହତ୍ୟା ମାମଲାରେ ପଟିଆଲା ହାଉସ କୋର୍ଟରେ ୪ ଦୋଷୀଙ୍କୁ ଫାଶି ଦଣ୍ଡ ଶୁଣାଇବା ପରେ ଏହାକୁ ଚ୍ୟାଲେଞ୍ଜ କରି ଫେବ୍ରୁଆରି ୧ ତାରିଖ ଦିନ ଧାର୍ୟ୍ୟ କରାଯାଇଥିବା ଫାଶି ଉପରେ ରହିତାଦେଶ ଜାରି କରିବା ନିମନ୍ତେ ନିର୍ଭୟା ଗଣଦୁଷ୍କର୍ମ ଓ ହତ୍ୟା ମାମଲାର ଦୋଷୀମାନଙ୍କ ଓକିଲ ଦିଲ୍ଲୀ ଅଦାଲତରେ ଆବେଦନ କରିଛନ୍ତି। ଦିଲ୍ଲୀ ପଟିଆଲା ହାଉସ କୋର୍ଟରେ ଦୋଷୀଙ୍କ ତରଫରୁ ଓକିଲ ଏ. ପି. ସିଂହ ଏହି ଆବେଦନ ଫାଇଲ କରିଛନ୍ତି। ସେ କହିଛନ୍ତି ଯେ କେତେକ ଦୋଷୀଙ୍କର ଆଇନଗତ ପ୍ରତିକାର ଏବେ ମଧ୍ୟ ବାକି ରହିଛି। ଆଦେଦନରେ ଓକିଲ ଦାବି କରିଛନ୍ତି ଯେ ଦିଲ୍ଲୀ କାରାଗାର ନିୟମାନୁସାରେ, ରାଜକ୍ଷମା ଆବେଦନ ସମେତ ଶେଷ ଅପରାଧୀଜଣଙ୍କର ସମସ୍ତ ଆଇନଗତ ବିକଳ୍ପ ନ ସରିବା ଯାଏଁ, ଏକା ଅପରାଧରେ ଜଡ଼ିତ ୪ ଦୋଷୀଙ୍କୁ ଫାଶୀ ଦିଆଯାଇ ପାରିବ ନାହିଁ। ଏହି ଆବେଦନ ସ୍ପେସାଲ୍‌ ଜଜ୍‌ ଏ କେ ଜୈନଙ୍କ ନିକଟରେ ଉପସ୍ଥାପନ କରାଯାଇଛି। ଆଜି ସେ ଏହି ଆବେଦନର ଶୁଣାଣି କରିବେ।