(ରିପୋଟରର୍ସ ଟୁଡ଼େ :ମୃତ୍ୟୁଞ୍ଜୟଭୋଇ ) : ଗତକାଲି କେନ୍ଦୁଝର ଜିଲା ଚମ୍ପୁଆ ଥାନା ଅଞ୍ଚଳରୁ ନିଖୋଜ ବ୍ୟକ୍ତିଙ୍କ ମୃତଦେହ ପୋଲିସ ତଡୁଆ ବାହାଳି ଜଙ୍ଗଲରୁ ଉଦ୍ଧାର କରିଛି।
ପ୍ରକାଶ ଯେ, ମୃତବ୍ୟକ୍ତି ଜଣଙ୍କ ହେଲେ ସଞ୍ଜୟ ସାହୁ । ସଞ୍ଜୟଙ୍କ ଘର ନୟାଗଡ଼ ଜିଲା ବାସୁଦେବପୁର ଗାଁରେ ହୋଇଥିବା ବେଳେ ସେ ଚମ୍ପୁଆରେ ରହି ସୁପରଭାଇଜର ଭାବେ କାମ କରୁଥିଲେ । ଗତ ୧୪ ତାରିଖ ରାତିରେ ମାଲ୍ ଦେବାକୁ କହି ୨ ବ୍ୟକ୍ତି ତାଙ୍କୁ ଘରୁ ଡାକି ନେଇଥିଲେ । ଏହା ପରଠାରୁ ତାଙ୍କର ଆଉ ଖୋଜଖବର ନ ଥିଲା। ସେ ନିଖୋଜ ଥିବାନେଇ ସଞ୍ଜୟଙ୍କ ପୁଅ ଦୁର୍ୟ୍ୟୋଧନ ଚମ୍ପୁଆ ଥାନାରେ ଲିଖିତ ଅଭିଯୋଗ କରିଥିଲେ। ଏ ନେଇ ଚମ୍ପୁଆ ଥାନା ଅଧିକାରୀ ମନୋରଞ୍ଜନ ପ୍ରଧାନ କୁହନ୍ତି, ସଞ୍ଜୟଙ୍କ ମୃତଦେହ ତଡୁଆ ବାହାଳି ଜଙ୍ଗଲରୁ ଜବତ ହୋଇଛି। ଏହା ଏକ ହତ୍ୟା ମାମଲା । ଏଣୁ ଶବ ବ୍ୟବଚ୍ଛେଦ ପରେ ହତ୍ୟା କିପରି ହୋଇଛି ଜଣାପଡିବ। ଘଟଣାର ଅଧିକ ତଦନ୍ତ କରାଯାଇ ଅଭିଯୁକ୍ତଙ୍କୁ ଧରିବା ପାଇଁ ଉଦ୍ୟମ ଜାରି ରହିଥିବା ସେ କହିଛନ୍ତି।