ଦେଶୀ ମଦଭାଟିକୁ ନେଇ ଗର୍ଜିଲେ ସ୍ୱଂୟ ସହାୟକ ଗୋଷ୍ଠୀ

(ନରୋତ୍ତମ ପଣ୍ଡା)ବଲାଙ୍ଗୀର: ବଲାଙ୍ଗୀର ଜିଲ୍ଲା ବେଲପଡ଼ା ଥାନା ଅଧୀନ କପାଣୀ ସ୍ଥିତ ଦେଶୀମଦ ଭାଟୀକୁ ସ୍ଥାନାନ୍ତରିତ ଦାବୀକରି ୱାର୍ଡ଼ ମେମ୍ବର ପେମ କିଶୋର କୁମ୍ଭାରଙ୍କ ନେତୃତ୍ୱରେ ସ୍ୱଂୟ ସହାୟକ ମହିଳା ଗୋଷ୍ଠୀର ଶତାଧିକ ମହିଳାଙ୍କ ଏକ ରାଲି ବାହାରି ସହର ପରିକ୍ରମା କରି ମଦ ବିରୋଧୀ ନାରାବାଜି କରି ମଦଭାଟିକୁ ଯାଇଥିଲେ। ଭାଟି କର୍ମଚାରୀ ମାନଙ୍କୁ ଗେଟ ଖୋଲିବାକୁ କହିଥିଲେ ନ ଖୋଲିବାରୁ ପୋଲିସ ଉପସ୍ଥିତିରେ ଗେଟ ଭାଙ୍ଗି ଭିତରକୁ ଧସେଇ ପଶିଲେ ଓ ବିକ୍ଷୋଭ ପ୍ରଦର୍ଶନ କରିଥିଲେ। ଏହା ସହ ସ୍ଥାନୀୟ ବିଧାୟକଙ୍କ ଉପସ୍ଥିତି ଜାହିର କରିଥିଲେ। ଖବର ପାଇଁ ବିଧାୟକ ସରୋଜ ମେହେର ଘଟଣା ସ୍ଥଳରେ ପହଂଚି ବୁଝାସୁଝା କରିଥିଲେ। ପରେ ପାଟଣାଗଡ଼ ଅବକାରୀ ବିଭାଗ ଅଧିକାରୀ ପହଂଚି ବୁଝାସୁଝା କରୁଥିବା ସମୟରେ ଭାଟି ପହିଲମାନ ଓ ବିକ୍ଷୋଭକାରୀଙ୍କ ବଚସା ହୋଇଥିଲା । ଯାହା ଫଳରେ ଧସ୍ତାଧସ୍ତି ପରିସ୍ଥିତି ଉପୁଜିଥିଲ । ଭାଟି ପାଖରେ ସ୍କୁଲ,ବସ୍ତି ,ଜନଗହଳି ସ୍ଥାନ,ପୋଖରୀ,ମହିଳାଙ୍କ ଚଳପ୍ରଚଳନ ଭଳି ଗୁରୁତ୍ୱପୂର୍ଣ୍ଣ ସ୍ଥାନ ହୋଇଥିବାରୁ ସ୍ଥାନୀୟବାସୀ ମଦଭାଟିକୁ ସ୍ଥାନାନ୍ତରିତ ଦାବି କରି ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି ।