ଭୁବନେଶ୍ୱର(ରିପୋର୍ଟର୍ସ ଟୁଡେ): ସାରା ରାଜ୍ୟରେ ଦୃତ ଗତିରେ ଆଗେଇ ଚାଲିଛି କେରୋନା ଟୀକାକରଣ ଅଭିଯାନ । ଏହି ଟୀକାଦାନ ମଧ୍ୟରେ ଓଡିଶା ଆଉ ଏକ ମାଇଲଖୁଣ୍ଟ ଅତିକ୍ରମ କରିଛି । ଏ ପର୍ଯ୍ୟନ୍ତ ମୋଟ ୧.୫ କୋଟି ରାଜ୍ୟବାସୀଙ୍କୁ ଟୀକା ଦେବାରେ ଓଡିଶା ସଫଳତା ହାସଲ କରିଛି । ଦେଢ କୋଟି ଡୋଜ ଭ୍ୟାକ୍ସିନ ଓଡିଶାରେ ଦିଆଯାଇଥିବା ସୂଚନା ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ।
ଏଭଳି ଏକ ସଫଳତା ପରେ ରାଜ୍ୟର ସମସ୍ତ ସ୍ୱାସ୍ଥ୍ୟ କର୍ମୀ ଏବଂ ରାଜ୍ୟବାସୀଙ୍କୁ ରାଜ୍ୟ ସ୍ୱାସ୍ଥ୍ୟ ବିଭାଗ ତରଫରୁ ଧନ୍ୟବାଦ ଦିଆଯାଇଛି । କରୋନା ମହାମାରୀ ସମୟରେ ଆଗରେ ମୁକାବିଲା କରିବାରେ ମୁଖ୍ୟ ଭୂମିକା ଗ୍ରହଣ କରିଛନ୍ତି ସ୍ବାସ୍ଥ୍ୟ କର୍ମୀ ଏବଂ କରୋନା ଯୋଦ୍ଧା । ଫଳରେ ଓଡିଶା କୋଭିଡ ସଂକ୍ରମଣକୁ ଆୟତରେ ରଖିବାକୁ ସକ୍ଷମ ହୋଇଛି । ରାଜ୍ୟରେ ଟିକାକରଣ ଅଭିଯାନରେ ଦେଢ କୋଟି ଡୋଜ ଦିଆସରିଥିବା ବେଳେ ଆଗକୁ ଟିକାକରଣ ଆହୁରି ଦୃତ ଗତିରେ ଜାରି ରଖିବାକୁ ଲକ୍ଷ୍ୟ ରହିଛି ।