(ଦିଲ୍ଲୀପ ସାହୁ) ଜଗତସିଂହପୁର : ଜଗତସିଂହପୁର ଜିଲ୍ଲା ବ୍ୟବସାୟିକ ପେଣ୍ଠସ୍ଥଳ ରାହାମା ଠାରେ ଅଟଳ ସ୍ମୃତି କମିଟି ପକ୍ଷରୁ ପୂର୍ବତନ ପ୍ରଧାନମନ୍ତ୍ରୀ ଭାରତ ରତ୍ନ ପ୍ରବାଦପୁରୁଷ ଅଟଳବିହାରୀ ବାଜପେୟୀଙ୍କ ପ୍ରଥମ ଶ୍ରାଦ୍ଧୋତ୍ସବ ପାଳିତ ହୋଇଯାଇଛି।ପୂର୍ବାହ୍ନରୁ ଗୀତାଯଜ୍ଞ, ଭାଗବତ ପାରାୟଣ ସାଙ୍ଗକୁ ବିଳମ୍ବିତ ରାତ୍ରୀ ପର୍ୟ୍ୟନ୍ତ ଭଜନ ସମାରୋହ ସହ ପ୍ରସାଦ ସେବନର କାର୍ୟ୍ୟକ୍ରମ ଅନୁଷ୍ଠିତ ହୋଇଥିଲା।ଏହି କାର୍ୟ୍ୟକ୍ରମରେ ଦଳମତ ନିର୍ବିଶେଷରେ ଲୋକମାନେ ସାମିଲ ହୋଇ ପ୍ରବାଦପୁରୁଷ ଅଟଳଜୀଙ୍କ ସ୍ମୃତିଚାରଣ କରିଥିଲେ।
ଅଟଳ ସ୍ମୃତି କମିଟିର ଆବାହକ ସମୀର ଦାସଙ୍କ ପ୍ରତ୍ୟେକ୍ଷ ତତ୍ତ୍ୱାବଧାନରେ ଦିନ ତମାମ କାର୍ୟ୍ୟକ୍ରମ ଅନୁଷ୍ଠିତ ହୋଇଥିବା ବେଳେ କମିଟିର କର୍ମକର୍ତ୍ତା ସହଯୋଗ କରିଥିଲେ।ଏହି କାର୍ୟ୍ୟକ୍ରମକୁ ସବୁ ମହଲରୁ ସ୍ୱାଗତ କରାଯାଇଥିଲା।