ଚନ୍ଦନ କାଠ ଜବତ,୩ ଗିରଫ

(ମମତା ସାମଲ)ରିପୋର୍ଟସଟୁଡେ: କ୍ରାଇମବ୍ରାଞ୍ଚ ଏସଟିଏଫ ମିଳିଲା ବଡ ସଫଳତା । କଟକ ଟାଙ୍ଗି ପୋଲିସ ଷ୍ଟେସନ ଅଧିକ ଦଳଯୋଡି ଜଙ୍ଗଲରୁ ବିପୁଳ ପରିମାଣର ଚୋରା ଚନ୍ଦନ କାଠ ଜବତ । କ୍ରାଇମବ୍ରାଞ୍ଚ ଏସଟିଏଫ ଚଢ଼ାଉ କରି ୪ କ୍ୱିଣ୍ଟାଲ ୬୦ କେଜି ଚନ୍ଦନ କାଠ ଜବତ କରିଛି । ଏଥିରେ ସମ୍ପୃକ୍ତି ଥିବା ୩ ଜଣଙ୍କୁ ଏସଟିଏଫ ଗିରଫ କରିଛି। ଜବତ ଚନ୍ଦନ କାଠର ମୂଲ୍ୟ ଆନୁମାନିକ ୭୦ ଲକ୍ଷ ଟଙ୍କା ହେବ ବୋଲି ସୂଚନା ମିଳିଛି ।ସୂଚନା ମୁତାବକ, ଦଳଯୋଡି ଜଙ୍ଗଲରେ ଚୋରା ଚନ୍ଦନ କାଠ ବେପାର ଚାଲିଥିବା ଖବର ପାଇ କ୍ରଇମବ୍ରାଂଚ ଏସଟିଏଫ ଚଢ଼ାଉ କରି ୩ ଜଣଙ୍କୁ ଗିରଫ କରିଥିଲା । ଗିରଫ ଅଭିଯୁକ୍ତ ହେଲେ କଟକର ହେମନ୍ତ ଛାଟୋଇ, ନୟାଗଡର ଦଣ୍ଡପାଣି ଦାସ ଓ ବାଲିଯୋଡି ପଟାଲସିଂହ ଗାଁର କାହ୍ନୁ ଚରଣ ବିଶୋଇ । ଏମାନଙ୍କ ନାଁରେ ଟାଙ୍ଗି ପୁଲିସ ମାମଲା ରୁଜୁ କରିବା ସହ ଏହି ଚନ୍ଦନ କାଠ ଚୋରା ମାମଲାରେ ଆଉ କାହାର ସମ୍ପୃକ୍ତି ରହିଛି ସେ ନେଇ ତଦନ୍ତ ଜାରି ରଖିଛି ।