(ଭୁବନେଶ୍ୱର /ରିପୋର୍ଟସଟୁଡେ): ଆଜି ମହାରାଷ୍ଟ୍ରର ଗଡ଼ ଚିରୋଲିଠାରେ ସଂଘଟିତ ବଡ଼ ଧରଣର ଆଇଇଡି ବିସ୍ଫୋରଣ ପରେ ସମଗ୍ର ଦେଶ ସ୍ତବ୍ଧ ହୋଇଯାଇଛି। ଏଥିରେ ୧୫ ଜଣ ଯବାନ ସହିଦ ହେବା ସହ ଜଣେ ଡ୍ରାଇଭରଙ୍କର ମୃତ୍ୟୁ ହୋଇଛି। ଏହି ଘଟଣାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସମେତ ବିଭିନ୍ନ ମହଲରେ କଡ଼ା ନିନ୍ଦା କରାଯାଇଛି।
ପ୍ରଧାନମନ୍ତ୍ରୀ ମୋଦି ଟ୍ୱିଟ୍ କରି ଶୋକପ୍ରକାଶ କରିବା ଅବସରରେ କହିଛନ୍ତି, ଆମ ସୁରକ୍ଷା କର୍ମୀଙ୍କ ଉପରେ ମହାରାଷ୍ଟ୍ରର ଗଡ଼ଚିରୋଲିଠାରେ ହୋଇଥିବା ଘୃଣ୍ୟ ଆକ୍ରମଣକୁ ମୁଁ ନିନ୍ଦା କରୁଛି। ସମସ୍ତ ସହିଦ ବୀର ଯବାନଙ୍କୁ ମୁଁ ସଲାମ କରୁଛି। ସେମାନଙ୍କ ବଳିଦାନ କେବେ ମଧ୍ୟ ଭୁଲିହେବ ନାହିଁ। ସହିଦ ଯବାନଙ୍କ ପରିବାରଙ୍କ ପ୍ରତି ସମବେଦନା ଜଣାଉଛି। ଏହି ହିଂସାର ଷଡ଼ଯନ୍ତ୍ରକାରୀଙ୍କୁ କଦାପି ଛଡ଼ାଯିବନି।