କୋଣାର୍କ ମନ୍ଦିରରେ ସେଲଫି ନେବା ବେଳେ ମହିଳା ଗୁରୁତର

(ଜୟନ୍ତ କୁମାର ସେଠୀ)ଗୋପ: କୋଣାର୍କ ସୂର୍ଯ୍ୟ ମନ୍ଦିରରେ ସେଲଫି ନେବା ବେଳେ ଅଘଟଣ, ଗୁରୁତର ଅବସ୍ଥାରେ ଡାକ୍ତରଖାନାରେ ଭର୍ତ୍ତି । କୋଣାର୍କ ସୂର୍ଯ୍ୟ ମନ୍ଦିରରେ ଭୂବନେଶ୍ବର ୯ ନମ୍ବର ଅଞ୍ଚଳର ଜଣେ ମହିଳା ପର୍ଯ୍ୟଟକ ସେଲଫି ନେବା ବେଳେ ମନ୍ଦିର ଉପରୁ ଖସି ପଡ଼ିଥିଲେ।ମହିଳା ପର୍ୟ୍ୟଟକ ଙ୍କ ନାମ ଶୁଭାସିନ ମାଲିକ ୨୨ ବର୍ଷ ବୋଲି ଜଣା ପଡିଛି । ପ୍ରକାଶ ଯେ ପରିବାର ସହ ଏହି ମହିଳା ବିଶ୍ଵ ପ୍ରସିଦ୍ଧ କୋଣାର୍କ ସୂର୍ଯ୍ୟମନ୍ଦିର ବୁଲିବାକୁ ଆସିଥିଲେ। ବୁଲିବା ସମୟରେ ମହିଳା ପର୍ୟ୍ୟଟକ ଜଣଙ୍କ ସେଲଫି ନେବା ବେଳେ ମନ୍ଦିର ର ନାଟ୍ୟ ମଣ୍ଡପରୁ ଖସିପଡିବା ପରେ ତାଙ୍କୁ ଗୁରୁତର ଅବସ୍ଥାରେ ଗୋପ ଡାକ୍ତରଖାନାରେ ଚିକିତ୍ସା ଲାଗି ଭର୍ତ୍ତି କରାଯାଇଥିଲା। ମାତ୍ର ମହିଳା ପର୍ୟ୍ୟଟକଙ୍କ ଛାତି, ମୁଣ୍ଡ ସହିତ ଆଉ କେତେକ ସ୍ଥାନରେ ଆଘାତ ଲାଗି ଥିବାରୁ ତାଙ୍କୁ ପ୍ରାଥମିକ ଚିକିତ୍ସା ପରେ ଭୂବନେଶ୍ବର ୬ ନମ୍ବର ଡାକ୍ତରଖାନା କୁ ପଠାଯାଇଥିବା ଡାକ୍ତର ସରିତା ମିଶ୍ରଙ୍କୁ ଠାରୁ ପ୍ରକାଶ।