(ରିପୋର୍ଟସ ଟୁଡ଼େ)ଭୁବନେଶ୍ୱର: ସାରା ବିଶ୍ୱରେ ଆତଙ୍କ ଖେଳାଇଛି କରୋନା । ତେବେ ବିଶ୍ୱରେ ଆତଙ୍କ ଖେଳାଥିବା କରୋନା ଭାଇରସର ମୁକାବିଲା କରିବା ନିମନ୍ତେ ଅଣ୍ଟା ଭିଡିଲା ଭୁବନେଶ୍ୱର ମହାନଗର ନିଗମ । କରୋନା ମୁକାବିଲା ପାଇଁ ସରକାରଙ୍କ ନିର୍ଦ୍ଦେଶ କୁ ପାଳନ କରିବ ପାଇଁ ବିଏମସି ପକ୍ଷରୁ ଗଠନ କରାଗଲା ୩ ଟି ସ୍ୱତନ୍ତ୍ର ଟିମ ।
ଦୁଇ ଜଣ ବରିଷ୍ଠ ଅଧିକାରୀଙ୍କ ନେତୃତ୍ୱରେ କାର୍ୟ୍ୟକରିବ ୩ଟି ସ୍ୱତନ୍ତ୍ର ଟିମ । ଟିମରେ ୩ ଜଣ ଆଡସିନାଲ କମିଶନର ଓ ଦୁଇ ଜଣ ଏନଫୋର୍ସମେଣ୍ଟ ଅଧିକାରୀଙ୍କୁ ମଧ୍ୟ ସାମିଲ କରାଯାଇଛି ।
କୌଣସି ବିବାହ କିମ୍ବା ରିସେପସନ ପାର୍ଟି ବନ୍ଦ ହେବ ନାହିଁ ବୋଲି ଜଣାଇଦେଇଛି ସ୍ୱତନ୍ତ୍ର ଟିମ । ଲୋକ ସଚେତନ ହୋଇ ଆସନ୍ତୁ । ଥଣ୍ଡା, ଜର,କା ଶ ଥିଲେ ବିବାହ ଭୋଜିକୁ କିମ୍ୱା ଜନଗହଳି ଅଞ୍ଚଳକୁ ଆସନ୍ତୁ ନାହିଁ । ସର୍ବାଧିକ ସତର୍କ ରୁହନ୍ତୁ ।
ବିଏମସି ଓ ବିଡିଏ ଅଫିସର ରେ ପାନ ଛେପ ପକାଇଲେ ୫୦୦ ଟଙ୍କା ଜରିମାନା ଆଦାୟ କରାଯିବ । ଏହା ଛଡା ବିଏମସି ପକ୍ଷରୁ ଗଠିତ ହୋଇଥିବା ସ୍ୱତନ୍ତ୍ର ଟିମ ମାସ୍କ ,ସାନିଟାଇଜେସନ କଳାବଜାରୀକୁ ମଧ୍ୟ ତଦାରଖ କରିବେ । ଏହା ସହ ଭୁବନେଶ୍ୱରର ପରିମଳ ବ୍ୟବସ୍ଥାକୁ ମଧ୍ୟ ତଦାରଖ କରିବ ବିଏମସିର ସ୍ୱତନ୍ତ୍ର ଟିମ ।