କମ୍ବିଂ ବେଳେ ଲ୍ୟାଣ୍ଡମାଇନ ବିସ୍ଫୋରଣ

(ଭୁବନେଶ୍ୱର /ରିପୋର୍ଟସଟୁଡେ): ବଲାଙ୍ଗୀର ସୁରକ୍ଷାକର୍ମୀଙ୍କ କମ୍ବିଂ ବେଳେ ଲ୍ୟାଣ୍ଡମାଇନ ବିସ୍ଫୋରଣ ହୋଇଛି । ଏଥିରେ କୈଣସି କ୍ଷୟକ୍ଷତି ହୋଇନଥିବା ସୂଚନା ମିଳିଛି ।

ବଲାଙ୍ଗୀର ଜିଲ୍ଲା ଖୁରିପାଣି ଓ ବେହେରାପାଣି ରାସ୍ତା ମଝିରେ ଥିବା ଗନ୍ଧମାର୍ଦ୍ଦନ ପାହାଡ଼ରେ ଲ୍ୟାଣ୍ଡମାଇନ ବିସ୍ଫୋରଣ ହୋଇଛି । ସୁରକ୍ଷାକର୍ମୀଙ୍କ କମ୍ବିଂ ଅପେରେସନ ଚାଲିଥିବା ବେଳେ ଏହି ଘଟଣା ଘଟିଛି । ଏହି ଲ୍ୟାଣ୍ଡମାଇନ ବିସ୍ଫୋରଣରେ କୈଣସି କ୍ଷୟକ୍ଷତି ହୋଇ ନାହିଁ ।