ଓଡ଼ିଶା ଉପରେ ଲଘୁଚାପର ପ୍ରଭାବ ଏବେ ନାହିଁ

(ରିପୋଟରର୍ସ ଟୁଡ଼େ / ମୃତ୍ୟୁଞ୍ଜୟ ଭୋଇ ) : କିଛି ଦିନ ହେବ ବିଭିନ୍ନ ସ୍ଥାନରେ ପ୍ରବଳ ବର୍ଷା ହେଉଥିବାର ଦେଖିବାକୁ ମିଳୁଥିଲା କିନ୍ତୁ ଆସନ୍ତା ୧୧ ତାରିଖ ଯାଏ ସାରା ଓଡ଼ିଶାରେ ପାଗ କୋହଲା ରହିବା ସହ ମଧ୍ୟମ ଧରଣର ବର୍ଷା ହେବ । ପ୍ରବଳ ବର୍ଷା ହେବାର ସମ୍ଭାବନା ନାହିଁ ବୋଲି ଆଞ୍ଚଳିକ ପାଣିପାଗ ବିଭାଗ ପକ୍ଷରୁ ପୂର୍ବାନୁମାନ କରାଯାଇଛି । ଓଡ଼ିଶା ଉପରେ ଥିବା ଳଘୁଚାପ ବଳୟ ଗତକାଲିଠାରୁ ଛତିଶଗଡ଼ ଓ ମଧ୍ୟପ୍ରଦେଶ ଆଡ଼କୁ ଅଗ୍ରସର ହୋଇଛି । ଫଳରେ ମହାନଦୀ ଉପରମୁଣ୍ଡ ତଥା ଛତିଶଗଡ଼ରେ ପ୍ରବଳରୁ ଅତିପ୍ରବଳ ବର୍ଷା ଲାଗି ରହିଛି । ଓଡ଼ିଶା ଉପରେ ଲଘୁଚାପର ପ୍ରଭାବ ଏବେ ନାହିଁ ।
ଉତ୍ତର ଓ ଉପକୂଳ ଓଡ଼ିଶାର କେତେକ ଜିଲ୍ଲାରେ ପ୍ରବଳ ବର୍ଷା ହୋଇପାରେ । ଓଡ଼ିଶା ଉପରେ ଥିବା ଟ୍ରପ୍ ଲାଇନ ଉତ୍ତର ପୂର୍ବ ବଙ୍ଗୋପସାଗରେ ରହିଛି । ଆସନ୍ତା ୨୪ ଘଣ୍ଟା ପର୍ୟ୍ୟନ୍ତ ଓଡ଼ିଶା ଉପକୂଳ ସମୁଦ୍ର ଅଶାନ୍ତ ରହିବ । ତେଣୁ ମତ୍ସ୍ୟଜୀବୀଙ୍କୁ ସମୁଦ୍ର ଭିତରକୁ ନ ଯିବା ଲାଗି ପରାମର୍ଶ ଦିଆଯାଇଛି ।