(ଶିଳାସ୍ମିତା ରାୟ) ଭୁବନେଶ୍ୱର: ଭାରତୀୟ ବାୟୁସେନା ଦ୍ୱାରା ଫେବୃଆରୀ ୨୭ରେ ହୋଇଥିବା ବାଲାକୋଟ ଏୟାର ଷ୍ଟ୍ରାଇକ ଆଧାରିତ ଏକ ପ୍ରମୋସନାଲ ଭିଡିଓକୁ ଭାରତୀୟ ବାୟୁସେନା ରିଲିଜ କରିଛି । ବାୟୁସେନା ମୁଖ୍ୟ ମାର୍ସାଲ ଆରକେଏସ ଭାଦୌରିଆ ବାୟୁସେନା ଦିବସ ଅବସରରେ ଏହି ଭିଡିଓ ରିଲିଜ କରିଛନ୍ତି । ଭିଡିଓରେ ସେନାର ଲଢୁଆ ବିମାନ ଉଡାଣ, କ୍ଷେପଣାସ୍ତ୍ରୀ ନିକ୍ଷେପଣ ଆଦିର ଦୃଶ୍ୟ ରହିଛି । ତେବେ ଭିଡିଓରେ ଦେଖାଯାଉଥିବା ବିମାନ ମିରେଜ-୨୦୦୦ କି ନାହିଁ ତାହା ଜଣାପଡିନାହିଁ।
ସୂଚନାଯୋଗ୍ୟ, ଫେବୃଆରୀ ୧୪ ତାରିଖରେ ଜୈଶ ଆତଙ୍କବାଦୀ ଫୁଲୱାମାଠାରେ ସେନା ଗାଡି ଉପରେ ଆତ୍ମଘାତୀ ଆକ୍ରମଣ କରିଥିଲା । ଏଥିରେ ୪୦ ଜଣ ଯବାନ ସହିଦ ହୋଇଥିଲେ, ଯାହାର ପ୍ରତିଶୋଧ ନେବାକୁ ସେନା ପକ୍ଷରୁ ଏୟାର ଷ୍ଟ୍ରାଇକ କରାଯାଇଥିଲା ।