ଇନଷ୍ଟlଗ୍ରାମରେ ଆଲିଆ ପ୍ରଶଂସକମାନଙ୍କୁ ଦେଲେ ଧନ୍ୟବାଦ୍

(ରିପୋଟରର୍ସ ଟୁଡ଼େ/ମୁମ୍ବାଇ): ବଲିଉଡ୍ ଅଭିନେତ୍ରୀ ଆଲିଆ ଭଟ୍ଟ ଫିଲ୍ମଫେୟାର ଆଓ୍ଵାର୍ଡରେ ଶ୍ରେଷ୍ଠ ଅଭିନେତ୍ରୀର ଆଓ୍ଵାର୍ଡ ମିଳିବା ପରେ ତାଙ୍କ ଚାହିଦା ବଢ଼ିବାରେ ଲାଗିଛି । ଏମିତି କି ଇନ୍ଷ୍ଟାଗ୍ରାମ୍ରେ ଆଲିଆଙ୍କ ଫଲଓ୍ଵର୍ସ ସଂଖ୍ୟା ୩୦ମିଲିୟନରେ ପହଞ୍ଚିଥିବା ବେଳେ ସଲମାନ ଏବଂ ଶାହାରୁଖ୍ଙ୍କ ଫଲଓ୍ଵର୍ସ ସଂଖ୍ୟା ୨୧ ଏବଂ ୧୬ ମିଲିୟନ ଥିବା ଜଣା ପଡ଼ିଛି । ଦବଙ୍ଗ ଷ୍ଟାର ସଲମାନ ଖାନ୍ ଏବଂ କିଙ୍ଗ୍ ଖାନ୍ ଶାହାରୁଖ୍ ଖାନ୍ଙ୍କୁ ମଧ୍ୟ ସେ ପଛରେ ପକାଇ ଦେଇଛନ୍ତି । ଦୀପିକା ପାଦୁକୋନ୍ଙ୍କୁ ଆଲିଆ ଏ ପର୍ୟ୍ୟନ୍ତ ଅଭିନେତ୍ରୀ ପଛରେ ପକାଇ ପାରି ନାହାନ୍ତି । ଏବେ ଦୀପିକାଙ୍କ ଇନ୍ଷ୍ଟାରେ ଫଲଓ୍ଵର୍ସ ସଂଖ୍ୟା ୩୩ମିଲିୟନ ରହିଛି । ଇନ୍ଷ୍ଟାରେ ଏତେ ଭଲ ପାଇବା ମିଳିବା ପରେ ଆଲିଆ ଏକ ଭିଡିଓ ଜାରି କରି ନିଜ ପ୍ରଶଂସକମାନଙ୍କୁ ଧନ୍ୟବାଦ୍ ଜଣାଇଥିବା ଦେଖା ଛନ୍ତି ।

https://www.instagram.com/p/Bvf2xHuD-RF/?utm_source=ig_web_button_share_sheet